ଭଦ୍ରକ: ବଣିଆ ପଞ୍ଚାୟତର ମହାଦେବସାହିକୁ କଣ୍ଟେନମେଣ୍ଟ ‌ଜୋନ୍ ଘୋଷଣା

Advertisment

ଭଦ୍ରକରେ ଆଜି ୧୭ କରୋନା ଆକ୍ରାନ୍ତ, ୭୨ ସକ୍ରିୟ ମାମଲା

ଭଦ୍ରକରେ ଆଜି ୧୭ କରୋନା ଆକ୍ରାନ୍ତ, ୭୨ ସକ୍ରିୟ ମାମଲା

କରୋନା ସହ ଲଢେଇ ପାଇଁ ଓଡ଼ିଶାର ଗ୍ରାମପଞ୍ଚାୟତମାନଙ୍କୁ କେନ୍ଦ୍ର ଦେଲା ୩୩୩ କୋଟି ଟଙ୍କାର ଆର୍ଥିକ ସହାୟତା

ଭଦ୍ରକ: ଗତକାଲି ଭଦ୍ରକ ବ୍ଲକର ଏରେଇ  ପଞ୍ଚାୟତର ଧଳସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି ପୁଣି  ଏହି ବ୍ଲକର ବଣିଆ ପଞ୍ଚାୟତର  ବଣିଆ ଗ୍ରାମର ମହାଦେବଦସାହି ୱାର୍ଡ ନମ୍ବର ୬କୁ  କଣ୍ଟେନମେଣ୍ଟ ଜୋନ୍ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ନେଇ ଜିଲ୍ଲାପାଳ ଟୁଇଟ୍ କରି ଜଣାଇଛନ୍ତି। ଭଦ୍ରକ‌ ଜିଲ୍ଲାରେ ଆଜି ପୁଣି ନୂଆ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୭୨ ଆକ୍ଟିଭ୍ କେସ୍ ରହିଛି।

ପ୍ରକାଶ ଥାଉକି, ଆଜି ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟଣୁ ୩ ଜଣ ଆକ୍ରାନ୍ତ ଭଦ୍ରକ ପୌରାଞ୍ଚଳରୁ  ଚିହ୍ନଟ କରାଯାଇଛି। ପୌରାଞ୍ଚଳର  ୱାର୍ଡ ନମ୍ବର-୨୦ ଚନ୍ଦନବଜାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନମ୍ବର-୬ ମଠସାହି ଅଞ୍ଚଳରୁ ଜଣେ ଓ  ପୌରାଞ୍ଚଳର ୱାର୍ଡ ନମ୍ବର-୧୧ ସାଳନ୍ଦୀନଗରରୁ  ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଭଦ୍ରକ ବ୍ଲକ ଅଞ୍ଚଳର ଏରେଇ ପଞ୍ଚାୟତ ଅର୍ନ୍ତଗତ ଧଳସାହିରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏରେଇ ଧଳସାହି ଅଞ୍ଚଳକୁ ଗତକାଲିଠାରୁ  ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି  ଏରେଇ ପଞ୍ଚାୟତ ନିକଟବର୍ତ୍ତୀ ପଞ୍ଚାୟତ ବଣିଆର ମହାଦେବସାହି ୱାର୍ଡ ନମ୍ବର- ୬କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ‌ଜୋନ୍ ଭାବେ ଘୋଷଣା କରାଯାଇଛି।

ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତର ବିଶୋଳ ଗାଁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଧାମନଗର ବ୍ଲକ ଅନ୍ତର୍ଗତ   ମେଡିକାଲ ବଜାର ଓ୍ବର୍ଡ ନମ୍ବର ୫ ଅଞ୍ଚଳରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନାର କାୟା ବିସ୍ତାର ହେଉଥିବା ବେଳେ ଏହାକୁ ନେଇ ପୁଣି ପରିସ୍ଥିତି ଜଟିଳ ଆଡକୁ ଗତି କରିଛି। ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ସୂରୁପ ଚିହ୍ନଟ ହେଉଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଥିବା ବେଳେ ସାନିଟାଇଜ୍ କରାଯାଉଛି। ଏଇ ସବୁ ଅଞ୍ଚଳରୁ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି। ସବୁଠାରୁ ବଡ କଥା ହେଉଛି କରୋନା ଟୀକାର ଅଭାବ ଏବେ ଭଦ୍ରକ ଲୋକଙ୍କୁ ଅଧିକ ଚିନ୍ତାରେ ପକାଇ ଦେଇଛି। ଜିଲ୍ଲାରେ ‌ଅସ୍ଥା‌ୟୀ ଭାବେ ଖୋଲାଯାଇଥିବା ୫୩ ଟି ଟୀକା ଦାନ କେନ୍ଦ୍ର ମଧ୍ୟରୁ  କରୋନା ଭେକ୍ସିନ ନଥିବାରୁ ୩ ଦିନ ହେଲା ଟୀକାଦାନ କାର୍ଯ୍ୟ ବନ୍ଦ ରହିଛି।

ଟିକାଦାନ ପାଇଁ ଭଦ୍ରକ ଜିଲ୍ଲାରୁ ଅଧିକ ସଂଖ୍ୟକ ଭେକ୍ସିନ ଯୋଗାଇ ଦେବାକୁ  ଜିଲ୍ଲାବାସୀ ଦାବି କରୁଥିବା ବେଳେ ଆଜି ମାତ୍ର ୧୫ ହଜାର ଭେକସିନ୍ ଭଦ୍ରକରେ ପହଞ୍ଚିଛି। କମ୍ ସଂଖ୍ୟକ ଭେକସିନ୍ ଆସିଥିବାରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ ୫୩ ଟି ଟୀକାଦାନ କେନ୍ଦ୍ର ନକରି  ୩୦ ଟି ଟୀକାଦାନ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାରେ କରୋନାର କାୟା ଯେଭଳି ଭା‌ବେ ବଢି ବଢି ଚାଲିଛି। ଏବେ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ଜିଲ୍ଲାରେ ୨୦୦ ଶହରୁ ଊର୍ଦ୍ଧ୍ବ କେନ୍ଦ୍ରରେ ଟିକାଦାନ କାର୍ଯ୍ୟ ଚାଲୁ ରଖିବାକୁ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe