ଫାଇନାନ୍ସ କମ୍ପାନିର ମ୍ୟାନେଜରଙ୍କ ଠାରୁ ଲୁଟ ଅଭିଯୋଗରେ ୩ଗିରଫ,ଲୁଟ ଟଙ୍କା ଜବତ

ଫାଇନାନ୍ସ କମ୍ପାନିର ମ୍ୟାନେଜରଙ୍କ ଠାରୁ ଲୁଟ ଅଭିଯୋଗରେ ୩ଗିରଫ,ଲୁଟ ଟଙ୍କା ଜବତ

ବ୍ରଜରାଜନଗର: ସ୍ପନ୍ଦନ ଅର୍ଥ ଲଗାଣ କାରି ସଂସ୍ଥାର ଫାଇନାନ୍ସ ମ୍ୟାନେଜର ପିଣ୍ଟୁ ସୁନାଙ୍କ ଠାରୁ ଅର୍ଥ ଲୁଟ ଅଭିଯୋଗରେ ବ୍ରଜରାଜନଗର ପୁଲିସ ତିନିଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ  ବିଜୟ ସା (୨୨), ବୁଲୁ ବିଶ୍ୱାଳ(୨୩) ଓ  ସୁରେଶ ସିଂ(୨୪)ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ପୁଲିସ ୩୧୦୦ ଟଙ୍କା  ଓ ଛୁରୀ ଜବତ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ  ଗତ  ମାସ ୨୭ ତାରିଖ ସନ୍ଧ୍ୟା ୫ଟାରେ  ସ୍ପନ୍ଦନ ଅର୍ଥ ଲଗାଣ କାରି ସଂସ୍ଥାର ପରିଚାଳକ ନିଜ ବାଇକରେ ଫେରୁଥିବା ସମୟରେ ବ୍ରଜରାଜନଗର ଥାନା ଅନ୍ତର୍ଗତ  ଓରିଏଣ୍ଟ କାଗଜକଳ ପଡ଼ିଆରେ ଅଭିଯୁକ୍ତମାନେ ଅଟକାଇଥିଲେ। ସେମାନେ ଟଙ୍କା ମାଗିଥିଲେ। ପିଣ୍ଟୁ ମନା କରିବାରୁ ସେମାନେ ଛୁରୀ ଦେଖାଇ ଭୟଭୀତ କରିଥିଲେ। ଶେଷରେ ପିଣ୍ଟୁ ଧରିଥିବା ବ୍ୟାଗର ଚେନ ଖୋଲି ୩୧ ୫୦ ଟଙ୍କା ଲୁଟି ନେଇ ଛାଡି ଦେଇଥିଲେ। ଏ ସମ୍ପର୍କରେ ପିଣ୍ଟୁ ବ୍ରଜରାଜନଗର ଥାନାରେ ସେହିଦିନ ଅଭିଯୋଗ କରିବା ପରେ ପୁଲିସ ଅନୁସନ୍ଧନ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଟଙ୍କା ଓ ଛୁରୀ ଜବତ କରିଥିବା ଆଇ ଆଇ ସି ବୈକୁଣ୍ଠ ସେଠ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe