ଚୋରି ଘଟଣାରେ ୩ ଗିରଫ

ଚୋରି ଘଟଣାରେ ୩ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମରୁ ଚଳିତ ମାସ ୩ ତାରିଖରେ ହୋଇଥିବା ଚୋରି ମାମଲାରେ ପୁଲିସ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନଙ୍କ ଠାରୁ ଏକ ସ୍କୁଟର ସହିତ ସୁନାରୁପା ଅଳଙ୍କାର ଓ ଟଙ୍କା, ମୋବାଇଲ୍‌ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖରେ ଦେଉଳକୁର ଗ୍ରାମର ସସ୍ମିତା ସାମଲ ଓ ଏହି ଗ୍ରାମରେ ଭଡ଼ାଘ‌ରେ ରହୁଥିବା ମାହାଙ୍ଗା ଥାନା ଗୁଣୁପୁର ଗ୍ରାମର ଭରତ ଚନ୍ଦ୍ର ସାହୁଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ଟଙ୍କା ସହିତ ସୁନାରୁପା ଅଳଙ୍କାର ଲୁଟି ନେଇଥିଲେ। ଏନେଇ ଉଭୟ ଥାନାରେ ଅଭିଯୋଗ କରିବା ପରେ ଥାନା କେସ୍‌ ନମ୍ବର ୨୨୭/୨୩ ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ମଣିଆ ଜେନାକୁ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ଥାନାକୁ ଆଣି ପଚରାଉଚରା କରିଥିଲେ।

ମଣିଆ ଚୋରି ଘଟଣାରେ ସମ୍ପୃକ୍ତ ଥିବା ସ୍ବୀକାର କରିବା ସହିତ ଏଥିରେ ସମ୍ପୃକ୍ତ ଅନ୍ୟ ଲୁଟେରାମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲା। ଫଳରେ ବଡ଼ଚଣା ପୁଲିସର ଏକ ଟିମ୍‌ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଆଖୁଆଦକ୍ଷିଣୀ ଗ୍ରାମର କଣ୍ଡୁରୀ ମଲ୍ଲିକ (୩୭) ଓ ରାଘବପୁର ଗ୍ରାମର ମନୋଜ ମଲ୍ଲିକ (୨୮) ଘର ଉପରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ସୁନା ମୁଦି, ସୁନା କାନଫୁଲ, ରୂପା ପାଉଁଜି ସହିତ ୪ ହଜାର ଟଙ୍କା, ଦୁଇଟି ମୋବାଇଲ ଓ ଗୋଟିଏ ସ୍କୁଟର ଜବତ କରାଯାଇଥିଲା।

ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଦୁଇଜଣ ପାଟକୁରା ଥାନାର ସେକ ମେହେବୁବ ଓ ସଦର ଥାନାର ସେକ ସୁରଜକୁ କେନ୍ଦ୍ରାପଡ଼ା ପୁଲିସ ଗିରଫ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe