ପଦ୍ମପୁର,ଗୁଣୁପୁର ଓ ରାମନାଗୁଡା ଅଂଚଳରେ ଚୋରି ଘଟଣାରେ ୩ ଗିରଫ

Advertisment

ବିପୁଳ ମାତ୍ରାରେ ଚୋରି ସାମଗ୍ରୀ ଜବତ

ବିପୁଳ ମାତ୍ରାରେ ଚୋରି ସାମଗ୍ରୀ ଜବତ

ପଦ୍ମପୁର,ଗୁଣୁପୁର ଓ ରାମନାଗୁଡା ଅଂଚଳରେ ଚୋରି ଘଟଣାରେ ୩ ଗିରଫ

ରାୟଗଡା: ରାୟଗଡା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। ଜିଲ୍ଲାର ପଦ୍ମପୁର,ଗୁଣୁପୁର ଏବଂ ରାମନାଗୁଡା ଅଂଚଳରେ ହେଉଥିବା ଚୋରି ଘଟଣାର ପର୍ଦାଫାସ କରିଛି ପୁଲିସ। ବିପୁଳ ସଂଖ୍ୟାରେ ଚୋରି ସାମଗ୍ରୀ ଜବତ କରିବା ସହ ୩ ଜଣକୁ ଗିରଫ କରିଛି।ମିଳିଥିବା ସୂଚନା ଅନୁଯାୟୀ ପଦ୍ମପୁର ଥାନା ଅଂଚଳରେ ୪ଟି ଚୋରି କେସ, ଗୁଣୁପୁର ଥାନା ଅଂଚଳରେ ୫ଟି ଏବଂ ରାମନାଗୁଡା ଥାନା ଅଂଚଳରେ ଗୋଟିଏ କେସରେ ଏହି ୩ ଜଣ ଚୋର ସାମିଲ ଥିବା ପୁଲିସ କହିଛି।ଗିରଫ ହୋଇଥିବା ଚୋରମାନେ ହେଲେ ପୁଟାସିଂ ଥାନା ଅନ୍ତର୍ଗତ ପାଡେକୁଲ ଗ୍ରାମର ଦିଲୀପ ଶବର(୨୫),ଉଦୟ ଶବର(୧୯) ଏବଂ ନୌଶା ଶବର(୨୬)। ଏମାନଙ୍କ ଠାରୁ ମଟର ସାଇକେଲ,କାର ସମେତ ଘରର ଦୈନନ୍ଦୀନ ସାମଗ୍ରୀ ସହ ୨୭ ପ୍ରକାର ଜିନିଷ ପୁଲିସ ଜବତ କରିଛି। ଏହି ଚୋରମାନଙ୍କୁ ଧରି ପଚରାଉଚରା ପରେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe