ସଫାରି ଗାଡ଼ି ସହିତ ୬୫ କେଜି ଗଞ୍ଜେଇ ଜବତ, ମହିଳାଙ୍କ ସହ ୩ ଗିରଫ

Advertisment
ସଫାରି ଗାଡ଼ି ସହିତ ୬୫ କେଜି ଗଞ୍ଜେଇ ଜବତ, ମହିଳାଙ୍କ ସହ ୩ ଗିରଫ

ଲମତାପୁଟ: କୋରାପୁଟରୁ ଉତ୍ତରପ୍ରଦେଶକୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ। ଆଉ ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିଲେ ମହିଳା। ପୁଲିସକୁ ଚକ୍‌ମା ଦେଖାଇ କାର ଯୋଗେ ଖସି ଯିବାକୁ ଚେଷ୍ଟା କରୁଥିବା ଜଣେ ମହିଳାଙ୍କ ସମେତ ୩ ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ୍‌ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬୫ କେଜି ଗଞ୍ଜେଇ ଓ ଏହି ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ସଫାରି କାରକୁ ଜବତ କରିଛି।

publive-image
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମାଛକୁଣ୍ଡ ଥାନା ଅନ୍ତର୍ଗତ ସଗର-ମଣ୍ଡେଇପୁଟ ରାସ୍ତାରେ ପୁଲିସ୍‌ ପାଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତାରେ ଦୃତଗତିରେ ଯାଉଥିବା ଏକ ଟାଟା ସଫାରି ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଏଥିରେ ୬୫ କେଜି ଗଞ୍ଜେଇ ଜଲାପୁଟରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ଜଣାପଡ଼ିଥିଲା। ପୁଲିସ ଉକ୍ତ ସଫାରି ଗାଡ଼ି ସହିତ ଗଞ୍ଜେଇକୁ ଜବତ କରିବା ସହିତ ଗାଡ଼ିରେ ଥିବା ଜଣେ ମହିଳାଙ୍କ ସହିତ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଗଞ୍ଜେଇ ଚୋରାଚାଲାଣକାରୀମାନେ ପଡୋଶୀ ଛତିଶଗଡ଼ ଓ ଉତ୍ତର ପ୍ରଦେଶ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe