ତେଲ ନଦୀରେ ବୁଡ଼ିଗଲେ ୩ଶିଶୁ; ୨ ଝିଅ ଓ ଜଣେ ବାଳକର ସଲିଳ ସମାଧି

Advertisment
ତେଲ ନଦୀରେ ବୁଡ଼ିଗଲେ ୩ଶିଶୁ; ୨ ଝିଅ ଓ ଜଣେ ବାଳକର ସଲିଳ ସମାଧି

ନବରଙ୍ଗପୁର: ନବରଙ୍ଗପୁର ତୋହରାର ତେଲ ନଦୀରେ ଗୁରୁବାର ବୁଡ଼ି ଯାଇ ତିନିଜଣ ଶିଶୁଙ୍କୁ ମୃତ୍ୟୁ ହୋଇଛି। ମୃତ ଶିଶୁଙ୍କ ବୟସ ୩ରୁ ୬ବର୍ଷ ମଧ୍ୟରେ ହେବ, ଏଥିରେ ଦୁଇଜଣ ଝିଅ ଓ ଜଣେ ପୁଅ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ତିନିଜଣ ଶିଶୁ ତୋହରାର ତେଲ ନଦୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଉ ଥିବା ବେଳେ ଜଣକ ପରେ ଜଣେ ଏପରି ତିନିଜଣ ଶିଶୁ ନଦୀରେ ବୁଡ଼ି ଯାଇଥିଲେ। ଘରକୁ ଫେରିବା ବିଳମ୍ବ ହୋଇଥିବାରୁ ପରିବାରଲୋକ ଅନେକ ଖୋଜାଖୋଜି କରିଥିଲେ। ପରେ ସ୍ଥାନୀୟଲୋକେ ନଦୀରେ ତିନିଜଣ ଶିଶୁ ବୁଡ଼ି ଯାଇଥିବା ଜାଣି ଉମରକୋଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରୁ ତିନିଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ମୃତଦେହକୁ ଶିଶୁଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଥିଲା। ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଗାଁ ଦାଣ୍ଡ ମୃତ ଶିଶୁଙ୍କ ପରିବାରଲୋକଙ୍କ କାନ୍ଦରେ ଫାଟି ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe