ଡକାୟତି ଯୋଜନା ପଣ୍ଡ, ତିନି କୁଖ୍ୟାତ ଡକାୟତ ଗିରଫ

Advertisment

୩ଟି ବନ୍ଧୁକ ଓ ୫୫ଟି ଅଫୁଟା ଗୁଳି ଜବତ

୩ଟି ବନ୍ଧୁକ ଓ ୫୫ଟି ଅଫୁଟା ଗୁଳି ଜବତ

ଡକାୟତି ଯୋଜନା ପଣ୍ଡ, ତିନି କୁଖ୍ୟାତ ଡକାୟତ ଗିରଫ

ରାଉରକେଲା : ରାଉରକେଲା ସିଭିଲଟାଉନସିପରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି । ରଘୁନାଥପାଲୀ ପୁଲିସ  ଏକ ୧୦ ଜଣିଆ ଡକାୟତି ଗ୍ୟାଙ୍ଗର ତିନି ଜଣକୁ ଗିରଫ କରିଛି । ସେମାନେ ହେଲେ ବଣ୍ଟି ଓରଫ ବଶିଷ୍ଟ ମହାନ୍ତି,ରୋନି ଓ ଅମିତ କୁମାର ସାହୁ । ଏମାନଙ୍କ ନିକଟରୁ ୩ଟି ବନ୍ଧୁକ, ୫୫ଟି ଅଫୁଟା ଗୁଳି, ୬୫ହଜାର ଟଙ୍କା, ପଜେରୋ କାର, ହାତ ବୋମା ଓ ବାଇକ ଜବତ ହୋଇଛି । ଏମାନେ ପିଏଲଏଫ ଆଇ ଅର୍ଜୁନ ରଣା ପାଇଁ କାମ କରୁଥିବା କୁହାଯାଉଛି ।  ସେମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଝାରଖଣ୍ଡରେ ବିକୁଥିଲେ ଓ ପରେ ସେଇ ଟଙ୍କାରେ ବନ୍ଧୁକ, ବୋମା ଝାରଖଣ୍ଡରୁ କିଣୁ ଥିଲେ । ଏହି ମାରଣାସ୍ତ୍ର ବ୍ୟବହାର କରି ରାଉରକେଲାର ଶିଳ୍ପପତି, ବ୍ୟବସାୟୀ, ବାଲି ମାଫିଆ, କ୍ରସର ମାଲିକ ମାନଙ୍କୁ ଦାଦାବଟି ମାଗୁଥିଲେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ମୁକେଶ କୁମାର ଭାମୁ କହିଛନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe