ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଟକ

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଅପହରଣ ଉଦ୍ୟମ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

Representation image

ବିଂଝାରପୁର : ବିଂଝାରପୁର ଥାନା ଚିକଣା-ସୟଦପୁର ମଝି ନିଛାଟିଆ ରାସ୍ତାରେ ଜଣେ ମହିଳାଙ୍କୁ ତିନିମାସ ତଳେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ବିଂଝାରପୁର ପୁଲିସ ୩ ଜଣଙ୍କୁ ଅଟକ ରଖିଛି । ଆଜି ସଂପୃକ୍ତ ମହିଳା ବିଂଝାରପୁର ଥାନାରେ ଅଭିଯାଗ କରିବା ପରେ ପୁଲିସ ୨୯ ନମ୍ବରରେ ଏକ ମାମଲା ରୁଜୁ କରି ଚଢ଼ଉ କରିଥିଲା।

ରାତିରେ ବିଭିନ୍ନ ଗ୍ରାମରୁ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ଅଭିଯୋଗରୁ ପ୍ରକାଶ ଯେ ମଙ୍ଗଳପୁର ଥାନା ନନ୍ଦିପୁର ଅଞ୍ଚଳର ଜଣେ ୩୦ ବର୍ଷର ମହିଳାଙ୍କୁ ଚିକଣା-ସୟଦପୁର ମଝି ନିଛାଟିଆ ରାସ୍ତାରେ ୨ମାସ ପୂର୍ବେ ବିଂଝାରପୁର ଥାନା ଅଞ୍ଚଳର ୬ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ମହିଳା ଜଣକ ଆଜି ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରେ ଆଇଆଇସି ନିରଂଜନ ଶବର ୨୯ ନମ୍ବରରେ ଏକ ମାମଲା ରୁଜୁ କରିବାସହ ଆଜି ରାତିରେ ୨ଟି ଗ୍ରାମରୁ ୩ଜଣ ଯୁବକଙ୍କୁ ଉଠାଇଆଣି ଥାନାରେ ରଖି ପଚରାଉଚରା ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe