ଦୁର୍ଘଟଣାରେ ଗଡ଼ିଲା ତିନି ମୁଣ୍ଡ: ଜାତୀୟ ରାଜପଥରେ ପ୍ରାଣ ହରାଇଲେ ଦୁଇ ସାଙ୍ଗ

ନିର୍ମାଣଧୀନ ପୋଲ ତଳକୁ ଖସିଲା ବାଇକ, ଦୁଇଜଣଙ୍କର ମୃତ୍ୟୁ

photo-representational

ଖୋର୍ଦ୍ଧା/ନିରାକାରପୁର: ଖୋର୍ଦ୍ଧାରେ ଭୟଙ୍କର ହେଲାଣି ଦୁର୍ଘଟଣା। ୨୪ଘଣ୍ଟାରେ ଗଡ଼ିଲା ତିନି ଜଣଙ୍କର ମୁଣ୍ଡ। ବୋଲେରୋ ଧକ୍କାରେ ଦୁଇ ଜଣ ଯୁବକଙ୍କର ଜୀବନ ଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପିଙ୍କ ଅଫିସ୍ ସାମ୍ନାରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ୨୪ଘଣ୍ଟା ମଧ୍ୟରେ ଦୁଇ ଦୁଇଟା ଘଟଣାରେ ତିନି ତିନି ଜଣଙ୍କର ମୃତ୍ୟୁ ଘଟଣା ଦୁର୍ଘଟଣାର ଭୟାନକ ଚିତ୍ରକୁ ଦର୍ଶାଇ ଦେଉଛି।

ସୂଚନା ମୁତାବକ, ପ୍ରଥମ ଦୁର୍ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ। ନିରାକାରପୁର ଥାନା ବଡ଼ପୋଖରିଆ ଗାଁର ବିଜୟ ବଳିୟାର୍‌ସିଂହଙ୍କ ପୁଅ ଅକ୍ଷୟ ବଳିୟାରସିଂହ(୨୪) ନିଜ ସାଙ୍ଗ ଜଙ୍କିଆ ଥାନା ନାଲ୍‌ସିଂହ ଗାଁର ପ୍ରଶାନ୍ତ ମାନସିଂହଙ୍କ ସହିତ ବାଇକ୍ ଯୋଗେ ରାମେଶ୍ବର ଛକ ଆଡ଼କୁ ଯାଉଥିଲେ। ଏହି ସମୟରେ ଏକ ବୋଲେରୋ ଗାଡି (ଓଡି ୦୨ବିଏମ୍‌-୬୮୬୪) ତାଙ୍କୁ ପଛ ପଟୁ ଜୋର୍‌ରେ ଧକ୍କା ଦେଇଥିଲା। ଘଟଣାରେ ଉଭୟ ସାଙ୍ଗ ଗୁରୁତର ହୋଇଥିଲେ। ଅକ୍ଷୟଙ୍କୁ ତୁରନ୍ତ ଏମ୍‌ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଦ୍ବିତୀୟ ଘଟଣା ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼ ଛଅଟା ସମୟରେ ଘଟିଛି। ମୃତକଙ୍କ ନାଁ ହେଲା ତ୍ରିନାଥ ଭଞ୍ଜ। ଘର ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗୀ ଗାଁରେ। ତ୍ରିନାଥ ସାଇକଲ ଯୋଗେ ସହରକୁ ଆସିଥିଲେ। କାମ ସାରି ସାଇକଲରେ ଘରକୁ ଫେରୁଥିବା ବେଳେ ବାଜପୁର ରାସ୍ତାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ହିଁ ତ୍ରିନାଥଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe