ବଜ୍ରପାତରେ ଜଳିଗଲା ୩ ବଖରା

ବଜ୍ରପାତରେ ଜଳିଗଲା ୩ ବଖରା

ହାଟଡିହି: ହାଟଡିହି ବ୍ଲକ୍‌ ଢେଙ୍କା ପଞ୍ଚାୟତ ଝଣଝଣା ଗ୍ରାମରେ ଗତକାଲି ସନ୍ଧ୍ୟାରେ ବଜ୍ରପାତରେ ୩ବଖରା ଘର ପୋଡ଼ିଯାଇଛି। ପରିବାର ଲୋକେ ପିନ୍ଧିଥିବା ବସ୍ତ୍ର ବ୍ୟତୀତ ଅନ୍ୟ କିଛି ସାମଗ୍ରୀ ଉଦ୍ଧାର କରିପାରି ନାହାନ୍ତି। ଗ୍ରାମର ସନା ହୋଙ୍କ ପରିବାର ଲୋକେ ବାହାରକୁ କାମ କରିବାକୁ ଯାଇଥିଲେ। ଅପରାହ୍‌ଣ ୫ଟାବେଳେ ବର୍ଷା, ପବନ ସହିତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିଲା। ସନା ଓ ତାଙ୍କ ପତ୍ନୀ କାମରୁ ଫେରି ନଥିଲେ। ସେମାନେ ଫେରିବା ବେଳକୁ ତାଙ୍କ ଘର ସମ୍ପୂର୍ଣ୍ଣ ଜଳି ସାରିଥିଲା।

ଅଗ୍ନିକାଣ୍ଡରେ ଘରେ ଥିବା ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା, ଧାନଚାଉଳ, ସୁନାରୁପା ଗହଣା, ଖଟପଲଙ୍କ ବସୁ ପୋଡ଼ି ପାଉଁଶ ହୋଇଯାଇଛି। ବିପନ୍ନ ପରିବାର ଖୋଲା ଆକାଶ ତଳେ ପଡ଼ିରହିଛନ୍ତି। ଆଜି ସକାଳେ ଢେଙ୍କା ସରପଞ୍ଚ ସୁବାସିନୀ ସେଠୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଚୁଡ଼ା, ଚିନି, ବିସ୍କୁଟ, ଚାଉଳ ଓ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe