ଆମ୍ବୁଲାନ୍ସ ସହ ବାଇକ ମୁହାଁମୁହିଁ ଧକ୍କା, ୩ଗୁରୁତର

ଆମ୍ବୁଲାନ୍ସ ସହ ବାଇକ ମୁହାଁମୁହିଁ ଧକ୍କା, ୩ଗୁରୁତର

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଆମ୍ବୁଲାନ୍ସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଜରପଡା ଥାନା ଜରଡ଼ା ଗ୍ରାମର ତିନି ଜଣ ଯୁବକ ଗତକାଲି ରାତିରେ କୌଣସି କାମରେ ବନ୍ତଳା ଥାନା ବେଡା ଶାସନ ଗ୍ରାମକୁ ଆସିଥିଲେ। ରାତି ପ୍ରାୟ ସାଢ଼େ ୧୧ବେଳକୁ କାମ ସାରି ଏକ ବାଇକ(ଓଡ଼ି-୧୯-ଆର-୨୩୪୦) ଯୋଗେ ବନ୍ତଳା ପାର୍ଶ୍ଵକୁ ଆସୁଥିଲେ। ଅନ୍ୟପକ୍ଷରେ ଏହି ସମୟରେ ସମ୍ବଲପୁର ପାର୍ଶ୍ଵରୁ କଟକ ଅଭିମୁଖେ ଏକ ଆମ୍ବୁଲାନ୍ସ(ଓଆର-୧୮-ବି-୬୧୯୮)ରୋଗୀନେଇ ଯାଉଥିଲା। ତେବେ ବେଡା ଛକ ନିକଟରେ ଅସାବଧାନତା ଯୋଗୁଁ ଆମ୍ବୁଲାନ୍ସ ସହ ଉକ୍ତ ବାଇକଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆମ୍ବୁଲାନ୍ସରେ ଥିବା ରୋଗୀ ଓ ସମ୍ପର୍କୀୟଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ।

publive-image

ଅନ୍ୟପକ୍ଷରେ ଜରଡ଼ା ଗ୍ରାମର ତିନି ଯୁବକ ବିକାଶ ଦାସ, ଲିଟୁ ସିଙ୍ଗସାମନ୍ତ ଓ ଚିକୁ ଦାସ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିଲେ। ଖବର ପାଇ ବନ୍ତଳା ପୁଲିସ ଓ ସ୍ଥାନୀୟ ଲୋକମାନେ ଗୁରୁତର ମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ବିକାଶ ଓ ଲିଟୁ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ବନ୍ତଳା ପୁଲିସ ଆମ୍ବୁଲାନ୍ସରେ ଥିବା ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଅନ୍ୟ ଏକ ଗାଡ଼ିରେ କଟକ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe