ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ୩ ପୁଲିସ କର୍ମଚାରୀ ବହିସ୍କୃତ

ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ୩ ପୁଲିସ କର୍ମଚାରୀ ବହିସ୍କୃତ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ତିନିଜଣ ଜେଟିପି (ଜଗନ୍ନାଥ ମନ୍ଦିର ପୁଲିସ)ଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି | ଏମାନେ ନକଲି ମାଟ୍ରିକ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

ମିଳିଥିବା ସୂଚନା ମୁତାବକ ଏହି ତିନିଜଣ ପୁଲିସ କର୍ମଚାରୀଙ୍କର ସାର୍ଟିଫିକେଟ ଯାଞ୍ଚ ପରେ ନକଲି ଜଣାପଡିବା ପରେ ଲିଗାଲ ନୋଟିସ ଜାରି ହୋଇଥିଲା । ଆଉ ୭ ଦିନ ଭିତରେ ନୋଟିସର ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାହା ଦାଖଲ କରିନଥିବାରୁ ତିନିଜଣଙ୍କ ଚାକିରିରୁ ବହିସ୍କୃତ କରାଯାଇଛି। ସେମାନେ ହେଲେ ପ୍ରଦୀପ ପ୍ରତିହାରୀ ,ଦିଲୀପ ମୁଦୁଲି, ଜୟକୃଷ୍ଣ ପ୍ରତିହାରୀ। ଆହୁରି ଅନେକଙ୍କର ଯାଞ୍ଚ ମଧ୍ୟ କରାଯାଉଛି ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe