ବାଲେଶ୍ୱର: ଗହଣା ଦୋକାନୀଙ୍କୁ ପିଟିପିଟି ମାରିଦେଲେ ୩ ଯୁବକ

Advertisment
ବାଲେଶ୍ୱର: ଗହଣା ଦୋକାନୀଙ୍କୁ ପିଟିପିଟି ମାରିଦେଲେ ୩ ଯୁବକ

ବାଲେଶ୍ୱର: ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବା ବେଳେ ୩ ଜଣ ବାଇକ ଆରୋହୀଙ୍କ ସହିତ ଜଣେ ସୁନାଗହଣା ଦେକାନୀଙ୍କ କାର ସାମନ୍ୟ ଲାଗିଯିବାରୁ ଉତ୍ତ୍ୟକ୍ତ ୩ ଯୁବକ ପିଟିପିଟି ସୁନା ଦୋକାନୀଙ୍କୁ ମାରି ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ରଣକୋଠା -ଜଗନ୍ନାଥପୁର ରାସ୍ତାରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବସ୍ତା ଥାନା ସିଂଲା ଥାନା ଅନ୍ତର୍ଗତ ପଥରେଶ୍ୱର ଗାଁର ହରିଶଚନ୍ଦ୍ର କାମିଲା ଦୀର୍ଘ ୨୫ ବର୍ଷ ହେବା ରଣକୋଠା ଗାଁରେ ରହିବା ସହିତ ସେଠାରେ ଏକ ସୁନାଗହଣା ଦୋକାନ କରିଛନ୍ତି। ରଣକୋଠା ଗ୍ରାମେର ଜଣେ ମହିଳାଙ୍କ ଦେହ ଖରାପ ଥିବାରୁ ତାଙ୍କ ପରିବାର ଲୋକଙ୍କ ଅନୁରୋଧରେ ଶ୍ରୀ କାମିଲା ନିଜ ମାରୁତି ଭ୍ୟାନ ଯୋଗେ ରୋଗୀଙ୍କୁ ନେଇ ଭୋଗରାଇ ଯାଉଥିବା ବେଳେ ନିଶାସକ୍ତ ଭାବେ ଗାଡ଼ି ଚଲାଉଥିବା ୩ ଜଣ ଯୁବକଙ୍କ ବାଇକ ସହିତ ଶ୍ରୀ କାମିଲାଙ୍କ କାର ଘସି ହୋଇଯାଇଥିଳା। ଏଥିରେ କେହି ଆହତ ହୋଇ ନ ଥିଲେ। ତେବେ ଏହି ୩ ଯୁବକ ଶ୍ରୀ କାମିଲାଙ୍କୁ ଆକ୍ରମଣ କରି ପିଟିପିଟି ମାରିଦେଇଥିଲେ। ପରେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ପରେ ଶ୍ରୀ କାମିଲାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିବା ଡାକ୍ତର ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe