ଗଛପଡ଼ି ୩ ନାବାଳକ ଆହତ

Advertisment
ଗଛପଡ଼ି ୩ ନାବାଳକ ଆହତ

Times of India

ଆନନ୍ଦପୁର: ଆନନ୍ଦପୁର ପ‌ୌରାଞ୍ଚଳ ଫକୀରପୁର କାଳୀବଜାରରେ ଏକ ଦୋକାନ ଉପରେ ଗଛ ପଡ଼ିବାରୁ ତିନିଜଣ ନାବାଳକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୮ଟା ସମୟରେ କାଳୀବଜାରର ଦୁଃଶାସନ ସେଠୀଙ୍କ କୁକୁଡ଼ା ଦୋକାନ ଉପରେ ଏକ ବଡ଼ ଅଶ୍ବସ୍ତଗଛ ପଡ଼ି ଯାଇଥିଲା।

ଏହି ସମୟରେ କୁକୁଡ଼ା ମାଂସ କିଣିବାକୁ ଅପେକ୍ଷା କରିଥିବା ସୁଧାଂଶୁ ଶେଖର ଜେନା (୧୪), କାହ୍ନା ରାଉତ (୧୪), ସୋମନାଥ ରାଉତ (୯) ଆହତ ହୋଇଥିଲେ। ଖବରପାଇ ଆନନ୍ଦପୁର ଅଗ୍ନଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ। ଗଛ ପଡ଼ିବା ‌ଯୋଗୁଁ ଦୁଃଶାସନଙ୍କ ଦୋକାନ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ରାସ୍ତା ଅବରୋଧ ‌ହୋଇଥିଲା। ଅଗ୍ନିଶମ ଅଧିକାରୀ ପ୍ରତାପ ଚନ୍ଦ୍ର ସିଂହଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀମାନେ ଗଛ କାଟି ରାସ୍ତା ସଫା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe