ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୩ ବିଜେପି ବିଧାୟକ, ଏନ୍‌ଟିପିସି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ କର

Advertisment
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୩ ବିଜେପି ବିଧାୟକ, ଏନ୍‌ଟିପିସି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ କର

ରାଉରକେଲା: ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପଣ ନେଇ ତେଜୁଛି ବିବାଦ। ତରବରିଆ ଭାବେ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଥିବାରୁ ବିରୋଧୀ ବିଜେଡି, କଂଗ୍ରେସ, ଶ୍ରମିକ ସଙ୍ଗଠନ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ବିଜେଡିର ଏଭଳି ଅପପ୍ରଚାରକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି। ଆଜି ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ଜିଲ୍ଲାର ସ୍ବାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ବିଜେପିର ତିନି ବିଧାୟକ ଶଙ୍କର ଓରାମ, କୁସୁମ ଟେଟେ, ଭବାନୀ ଭୋଇ ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ସୁନ୍ଦରଗଡ଼ ଏନ୍‌ଟିପିସି ମେଡ଼ିକାଲ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜ କେବେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଜିଲ୍ଲାରେ ୩୯୮ ଡାକ୍ତରୀ ପଦବୀରୁ ମାତ୍ର ୧୬୬ ପଦବୀରେ ଡାକ୍ତର ନିଯୁକ୍ତ ହେବା। ୨୩୨ ଡାକ୍ତର ପଦବୀ ଖାଲି ପଡିବା ଚିନ୍ତାଜନକ ବୋଲି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ତାହାର ଉତ୍ତର ଏଯାଏ ମିଳି ନାହିଁ। ଏଣୁ ବିଜେଡି ସରକାର ଜନତାଙ୍କ ସେବା ପାଇଁ ଧ୍ୟାନ ଦିଅନ୍ତୁ ବୋଲି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ଣ୍ଣିମା କେର୍କେଟା, ନିହାର ରାୟ, ଜଗବନ୍ଧୁ ‌ବେହେରା, ଗଙ୍ଗାଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe