ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ମିନପା ଜଂଗଲରୁ ୩ ନକ୍ସଲ ଗିରଫ,୨ ନକ୍ସଲ ଆତ୍ମସମର୍ପଣ

Advertisment
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ମିନପା ଜଂଗଲରୁ ୩ ନକ୍ସଲ ଗିରଫ,୨ ନକ୍ସଲ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ମିନପା ଜଂଗଲରେ ପୁଲିସ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ୨୦୬ କୋବ୍ରା ବାଟାଲିୟନର ଯବାନ ସର୍ଚ୍ଚ ଅପରେସନ ବେଳେ ଦୁର୍ଦାନ୍ତ ନକ୍ସଲ ପଡିଆମି ଭୀମା(୩୪),ବେକୋ ହୁଙ୍ଗା(୨୧) ଏବଂ ଉଣ୍ଡମ ମାଙ୍ଗଡୁ(୪୨)କୁ ଗିରଫ ହୋଇଛନ୍ତି।

ଏହି ତିନି ନକ୍ସଲ ଜଂଗଲରେ ଏମିତି ସ୍ଥାନରେ ଗିରଫ ହୋଇଛନ୍ତି, ଯେଉଁଠି ପୁଲିସ ଉପରେ ସହଜରେ ଆକ୍ରମଣ କରିପାରିଥାନ୍ତେ।ଏହି ନକ୍ସଲମାନେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ସେହିପରି ଦନ୍ତେଵାଡା ପୁଲିସ ନିକଟରେ ୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଭୀମା ମାଣ୍ଡବି ଏବଂ ଜୋଗା ମାଣ୍ଡବୀ। ଏହି ଦୁଇ ନକ୍ସଲ ସଂଗଠନରେ ଲାଗି ରହିଥିବା ଭେଦଭାବ ଯୋଗୁଁ ଆତ୍ମସମର୍ପଣ କରିଥିବା କହିଛନ୍ତି। ତେବେ ଛତିଶଗଡ ପୁଲିସକୁ ନକ୍ସଲ ଦମନରେ ଏହା ସହଯୋଗ କରିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe