୩ ନକ୍ସଲଙ୍କ ଆତ୍ମସମର୍ପଣ

Advertisment
୩ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଜିଲ୍ଲାର ଭଦ୍ରାଦୀ କୋଥାଗୁଡିମ ଜିଲ୍ଲା ଅନ୍ତର୍ଗତ ଭଦ୍ରଚାଲାମ ପୁଲିସ ନିକଟରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

ମୁଲକାନପାଲୀ ଅଂଚଳରେ ରହୁଥିବା ଏହି ତିନି ଜଣ ନକ୍ସଲ ଦୀର୍ଘ ଦିନ ଧରି ମାଓ ସଂଗଠନରେ କାମ କରୁଥିଲେ। ତେବେ ସଂଗଠନରେ ଲାଗି ରହିଥିବା ଭେଦଭାବ ଏବଂ ନିର୍ଯାତନା ସଂଗଠନ ଛାଡିବାକୁ ବାଧ୍ୟ କରିଥିବା ଏମାନେ କହନ୍ତି।ପୁଲିସ ନିକଟରେ ଆତ୍ମସମର୍ପଣ ପରେ ପୁଲିସ ଏହି ତିନି ନକ୍ସଲଙ୍କ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବ ବୋଲି କହିଛି। ଆତ୍ମନିର୍ଭଶୀଳ କରାଇବା ସହ ଆଗାମୀ ଦିନରେ ଘରଡିହ ମଧ୍ୟ ଦେବ। ସହିଦ ସପ୍ତାହର ଗୋଟିଏ ଦିନ ପରେ ନକ୍ସଲ ପାର୍ଟି ଛାଡୁଥିବାରୁ ସଂଗଠନରେ ରହିବାକୁ ଆଉ ନକ୍ସଲ ଭଲ ପାଉ ନଥିବା ଏଥିରୁ ଜଣାପଡୁଛି। ତେବେ ପୁଲିସ ଲଗାତାର ପାର୍ଟିରେ କାମ କରୁଥିବା ଲୋକଙ୍କୁ ପାର୍ଟି ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe