ଜୟପୁର : ଡକାୟତି ଉଦ୍ୟମ ମାମଲାରେ ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ନିର୍ଦ୍ଦେଷରେ ଖଲାସ ହୋଇଛନ୍ତି । ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ସେମାନଙ୍କୁ ଖଲାସ କରିଦେଇଛନ୍ତି ।
ଗତ ୨୦୧୮ମସିହା ପେବ୍ରୁଆରୀ ମାସ ୬ତାରିଖରେ ଜୟପୁର ଟାଉନଥାନା ପୁଲିସ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ ଚାଳିଥିଲା। ଏସମୟରେ ଭୁତନାଥ ଶ୍ମଶାନ ନିକଟରେ ତିନି ଜଣ ଯୁବକ ସଂଦେହଜନକ ଭାବେ ଠିଆ ହୋଇଥିବା ପୁଲିସ ଦେଖିଥିଲା। ତା ପରେ ସେମାନଙ୍କୁ ପଚାରାଉଚାରା କରିବାରେ ସେମାନଙ୍କ କଥାବାର୍ତ୍ତାରେ ତାଳ ମେଳ ରହିନଥିଲା। ଥାନାକୁ ଆଣି ପଚରାଉଚାରା କରିବାରେ ସେମାନେ ଡକାୟତି କରିବାକୁ ଯୋଜନା କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ଏହି ତିନି ଅଭିଯୁକ୍ତ ମାନେ ହେଲେ ଅଜୟ ଖରା, ଗୁପ୍ତ ଦାଶ, କୌଳାସ ଚେଟ୍ଟୀ । ଏହି ମାମଲାର ଶୁଣାଣୀ ଆଜି ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଦିଲ୍ଲୀପ କୁମାର ସାହୁ କରିଥିଲେ। ପୁଲିସ ପକ୍ଷରୁ ୬ଜଣଙ୍କ ସାକ୍ଷ୍ୟ ଦିଆଯାଇଥିଲା। ତେବେ ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ ଅଭାବରୁ ତିନି ଅଭିଯୁକ୍ତ ନିର୍ଦୋଶରେ ଖଲାସ ହୋଇଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଶରତ କୁମାର (ପିଣ୍ଟୁ) ମାଝୀ, ଡି.ଶେଷଗିରୀ ରାଓ, ତାରିଣୀ ପାଣିଗ୍ରାହୀ,ରବି ମାଝୀ, ସନ୍ତୋଷ କୁମାର ସାମଲ ମାମଲା ପରିଚାଳନା କରୁଥିଲେ ।
Follow Us