ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ : ଗୃହବିଜ୍ଞାନରେ ଟପର ହେଲେ ମାନସା, ୩ୟରେ ପ୍ରିୟଙ୍କା, ୫ମରେ ରୁକ୍ମିଣୀ 

Advertisment
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ : ଗୃହବିଜ୍ଞାନରେ ଟପର ହେଲେ ମାନସା, ୩ୟରେ ପ୍ରିୟଙ୍କା, ୫ମରେ ରୁକ୍ମିଣୀ 

ଜୟପୁର : ସଦ୍ୟ ପ୍ରକାଶିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳରେ ଗୃହବିଞାନରେ ବିଶ୍ବବିଦ୍ୟାଳୟସ୍ତରରେ ଟପର ହୋଇଛନ୍ତି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ। ମେଧା ତାଲିକାରେ ୧୨୧୯ମାର୍କ ଆଣି ୧ମ ସ୍ଥାନରେ ରହିଛନ୍ତି ମାନସା ପଟ୍ଟନାୟକ। ସେଭଳି ୧୧୭୮ମାର୍କ ଆଣି ୩ୟ ସ୍ଥାନରେ ରହିଛନ୍ତି ପ୍ରିୟଙ୍କା ସାହୁ ଓ ୧୧୫୮ମାର୍କ ଆଣି ରୁକ୍ମିଣୀ ମାଡ଼କାମୀ ୫ମ ସ୍ଥାନରେ ରହିଛନ୍ତି ।

କଲେଜରେ ଯାହା ପଢ଼ାଯାଉଥିଲା ତାହାକୁ ନେଇ ଘରେ ସେ ବିନା ଟ୍ୟୁସନରେ ଦିନକୁ ୪ଘଣ୍ଟାରୁ ୮ଘଣ୍ଟା ପର୍ଯ୍ୟନ୍ତ ମନଧ୍ୟାନ ଦେଇ ପଢ଼ୁଥିବା କହିଛନ୍ତି ମାନସା। ବାପା, ମା , କଲେଜର ବିଭାଗର ଏଚଓଡି, ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କା ମାର୍ଗଦର୍ଶନରେ ସେ ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି ମାନସା। ଆଗାମୀ ଦିନରେ ସେ ସ୍ନାତକୋତ୍ତର ପଢ଼ିବା ସହ ଭବିଷ୍ୟତରେ ସେ ଜଣେ ଭଲ ଅଧ୍ୟାପିକା ହେବା ଲକ୍ଷ୍ୟ ରହିଥିବା କହିଛନ୍ତି ମାନସା।

ବାପା ଛେଉଣ୍ଡ ପ୍ରିୟଙ୍କା ବୋରିଗୁମ୍ମାରୁ ସବୁ ଦିନ ଜୟପୁର ଯିବା ଆସିବା କରି ବିନା ଟ୍ୟୁସନରେ ପଢ଼ୁଥିବା କହିଛନ୍ତି। ଦିନକୁ ୪ରୁ ୮ଘଣ୍ଟା ମନଧ୍ୟାନରେ ପଢ଼ୁଥିଲେ। ଟିଭି ଦେଖିବା କିମ୍ବା ସମୟକୁ ନଷ୍ଟ ନ କରି ସବୁ ବେଳେ ପଢ଼ୁଥିବା ବେଳେ ମା ଓ ଭାଇ ସଂପୁର୍ଣ୍ଣ ସହଯୋଗ କରିଥିବା କହିଛନ୍ତି ପ୍ରିୟଙ୍କା। କଲେଜର ବିଭାଗୀୟ ମୁଖ୍ୟ , ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ବି ମାର୍ଗ ଦର୍ଶନ ଦେଇଥିବାରୁ ସେ ସଫଳ ହୋଇଥିବା କହିବା ସହ କୃତଞତା ଞାପନ କରିଛନ୍ତି। ସେ ସ୍ନାତକୋତ୍ତର ପଢ଼ିବା ସହ ଆଗାମୀ ଦିନରେ ଜଣେ ଭଲ ଅଧ୍ୟାପିକା ହୋଇ କୋରାପୁଟ ଜିଲ୍ଲାରେ କାମ କରିବାକୁ ପ୍ରଥମ ପସନ୍ଦ କରିବେ ବୋଲି କହିଛନ୍ତି ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରୀ ଜିଲ୍ଲାର ବାଲକାଟି ଗାଁର ଝିଅ ରୁକ୍ମିଣୀ। ବାପା ଛେଉଣ୍ଡ। ଘରେ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ସତ୍ବେ ସେ ଭାଇ ଦୁଲ୍ଲା ମାଡକାମୀ ଓ ମା ଗାମୀ ମାଡ଼କାମୀ ରୁକ୍ମିଣୀର ପାଠ ପଢ଼ିବା ଇଛା ଦେଖି ଜୟପୁର ପଢ଼ିବା ପାଇଁ ପଠାଇଥିଲେ। ରୁକ୍ମିଣୀ ଜୟପୁରରେ ଅନ୍ୟ କିଛି ଝିଅଙ୍କ ସହ ଭଡ଼ା ଘର ନେଇ ରହି ପାଠ ପଢ଼ୁଥିଲେ। କଲେଜରେ ଅଧ୍ୟାପକ, ଅଧ୍ୟାପିକା ମାନେ ପଢ଼ାଇବା ସମୟରେ ମନଧ୍ୟାନରେ ପଢ଼ିବା ସହ ରୁମରେ ସମୟ ନଷ୍ଟ ନ କରି ୬ରୁ ୮ଘଣ୍ଟା କାଳ ପଢ଼ୁଥିବା କହିଛନ୍ତି ରୁକ୍କିଣୀ। ଏହି ସଫଳତାର ଶ୍ରେୟ ସେ ତାଙ୍କ ଭାଇ, ମା, କଲେଜର ବିଭାଗୀୟା ମୁଖ୍ୟ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି। ଭବିଷ୍ୟତରେ ସେ ଜଣେ ଭଲ ଅଧ୍ୟାପିକା ହୋଇ କୋରାପୁଟ ଓ ମାଲାକାନଗିରୀ ଜିଲ୍ଲାର ସେବା କରିବା ଲକ୍ଷ୍ୟ ବୋଲି କହିଛନ୍ତି ।

ମହାବିଦ୍ୟାଳୟର ୩ଜଣ ଛାତ୍ରୀ ୧ମ, ୩ୟ ଓ ୫ମ ସ୍ଥାନ ହାସଲ କରିବା ନିଶ୍ଚିତ ରୁପେ ଜିଲ୍ଲା ପାଇଁ ଓ କଲେଜ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷା ଡ.ମନୋରମା ଦେବୀ। କଲେଜର ଅଧ୍ୟକ୍ଷା , ଗୃହ ବିଞାନ ବିଭାଗର ଏଚଓଡି ଡ.ରାଜଲକ୍ଷ୍ମୀ ଭୋଳ, ଶିକ୍ଷାବିଭାଗର ମୁଖ୍ୟ ଡ.ମନୋରଂଜନ ପ୍ରଧାନ ଛାତ୍ରୀ ମାନଙ୍କୁ ଶୁଭେଛା ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe