The Indian Express
ବାଲିଅନ୍ତା: ଗତ ୩ ଦିନ ମଧ୍ୟରେ ବାଳକାଟି ଫାଣ୍ଡି ଅଞ୍ଚଳରେ ୩ଟି ଲୁଟ୍ ଘଟଣା ଘଟିଛି। ସିସି କ୍ୟାମେରା ଫୁଟେଜରେ ଲୁଟେରା ମଧ୍ୟ ଚିହ୍ନଟ ହୋଇଛି। ହେଲେ ଲୁଟେରାକୁ ଠାବ କରିବାରେ ଫାଣ୍ଡି ପୁଲିସ ଏଯାଏ ସକ୍ଷମ ହୋଇପାରି ନାହିଁ। ଗତ ଶୁକ୍ରବାର ଦିନ ସାଇଫନ୍ ଛକ ନିକଟରେ ଥିବା ଏକ ଗ୍ୟାସ ଏଜେନ୍ସି କ୍ୟାସଡ୍ରରୁ ଜଣେ ଦୁର୍ବୃତ୍ତ ୨୧ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲା। ବାଇକରେ ସିଲିଣ୍ଡର ନେଇ ଫିଲିଂ କରିବାକୁ ଆସିଥିଲା। ହେଲେ ଆକାଉଣ୍ଟସରେ କେହି ନଥିବାରୁ ଟଙ୍କା ଧରି ପଳାଇଥିଲା। ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ପୁଲିସ ଲୁଟରାକୁ ଠାବ କରିଛି।
ଲୁଟେରା ଜଣକ ବାହାର ଜିଲ୍ଲା ଅଞ୍ଚଳର ହୋଇଥିଲା ବେଳେ ଏଠାରେ ରହୁଥିବା ପୁଲିସ ଜାଣିବାକୁ ପାଇଛି। ହେଲେ ପୁଲିସ ବର୍ତ୍ତମାନ ସୁଦ୍ଧା ଲଟେରା ନିକଟରେ ପହଞ୍ଚି ପାରିନାହିଁ। ସେହିପରି ବାଳକାଟି ଅଞ୍ଚଳର ସାମ୍ବାଦିକ ମନୋଜ ମଣ୍ଡଳ ଏବଂ ହୀରାପୁର ଗ୍ରାମର ଦିଲ୍ଲୀପ ଦାଶଙ୍କ ବାଡ଼ିରୁ ଚନ୍ଦନ ଗଛ ଲୁଟ ଘଟଣାରେ ମଧ୍ୟ
ପୁଲିସ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ଲୁଟେରାର ଗତିବିଧି ପରଖିଥିଲା। ଅନୁରୂପ ଭାବେ ଉପରୋକ୍ତ
ଦୁଇ ଲୁଟ ଘଟଣାରେ ମଧ୍ୟ ପୁଲିସ କାଠ ଚୋରଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିନି।
Follow Us