ଅବକାରୀ ଚଢଉ: ୧୧୫ ଲିଟର ଦେଶୀ ମଦ ସହ ୨୪୦୦ କିଲୋ ମହୁଲ ପୋଚ ଜବତ, ୩ କୋର୍ଟ ଚାଲାଣ

Advertisment
ଅବକାରୀ ଏସ୍‌ଆଇ, କନଷ୍ଟେବଳଙ୍କୁ ତାଲିମ୍: ଏଣିକି ପ୍ରତି ମାସରେ ଶିଖିବେ ନିୟମକାନୁନ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ରେଙ୍ଗଲି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରି ୧୧୫ ଲିଟର ଦେଶୀ ରନ୍ଧା ମଦ ସହ ୨୪୦୦ କିଲୋ ମହୁଲ ପୋଚ ଜବତ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ଦର୍ଶାଇ ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ଥବୀର ବିଭାର, ମୁକ୍ତେଶ୍ୱର ନାଏକ ଓ ରାଜେନ୍ଦ୍ର ହରିପାଲ।

ମିଳିଥିବା ସୂଚନା ଅନୁଯାୟୀ, ଅବକାରୀ କମିସନରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ମୋବାଇଲ ଟିମ ଇନସପେକ୍ଟର ପ୍ରମୋଦ ପଣ୍ଡାଙ୍କ ନେତୃତ୍ୱରେ ପାଟଣାଗଡ଼ ଅବତରଣ ବିଭାଗର ଅଧିକାରୀ ବିଶ୍ୱନାଥ ପରିଡା, ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ସହକାରୀ ଜିଲ୍ଲାପାଳ କ୍ଷିରୋଦ୍ର ସାହୁ, ପାଟଣାଗଡ଼ ଅବକାରୀ ବିଭାଗର କର୍ମଚାରୀମାନେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଚଢଉ କରିଥିଲେ।

ଚଢଉ ସମୟରେ ୧୧୫ ଲିଟର ଦେଶୀ ରନ୍ଧା ମଦ ସହ ୨୪୦୦ କିଲୋଗ୍ରାମ ମହୁଲ ପଚ ଜବତ କରି ମହୁଲ ପଚକୁ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରା ଯାଇଥିବା ଜଣାପଡିଛି। ଏହା ସହିତ ଦେଶି ମଦ ରନ୍ଧା ଯାଉଥିବା ଉପକରଣ ମାନେ ମଧ୍ୟ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe