ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ନେଇ ଯାଉଥିବା ବସକୁ ବିସ୍ଫୋରଣରେ ଉଡାଇ ଦେଲେ, ୫ ଯବାନ ସହିଦ

Advertisment

୧୦ ଯବାନ ଗୁରୁତର ଆହତ

୧୦ ଯବାନ ଗୁରୁତର ଆହତ

ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ନେଇ ଯାଉଥିବା ବସକୁ ବିସ୍ଫୋରଣରେ ଉଡାଇ ଦେଲେ, ୫ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣ ପୁର ଜିଲ୍ଲାରେ ନକ୍ସଲ ହମଲା ହୋଇଛି। ଆଜି ଅପରାହ୍ନରେ ଯବାନ କମ୍ବିଂ କରିବାକୁ ଯାଉଥିବା ବେଳେ ଘୋଡାଇ ଏବଂ ପୋଲେନାର ମଧ୍ୟରେ ଯବାନଙ୍କ ଗାଡିକୁ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନକ୍ସଲ ଉଡାଇ ଦେଇଛନ୍ତି। ଏହି ଘଟଣାରେ ଖବର ଲେଖାଯିବା ବେଳକୁ ୫ ଜଣ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସହିଦ ଯବାନମାନେ ହେଲେ ଜୟଲାଲ ଉଇକେ, କରନ ଦେହାରୀ, ସେବକ ସଲାମ, ପୱନ ମଣ୍ଡାବୀ ଓ ବିଜୟ ପଟେଲ।

publive-image

ଆହତମାନଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମୃତକମାନଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଏବଂ ଅନ୍ୟ ୪ ଜଣ ଯବାନ ବୋଲି ଜଣାପଡିଛି। ଘଟଣା ପରେ ଏହି ଅଂଚଳକୁ ଯବାନ ଘେରି ଯାଇଛନ୍ତି। ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି।

publive-image

ମିଳିଥିବା ସୂଚନା ଅନୁଯାୟୀ ବସରେ ୪୦ ଜଣ ଯବାନ ବସିଥିଲେ। ସମସ୍ତ ଡିଆରଜି ଯବାନ କଡେନାର ଅଂଚଳରୁ ମନ୍ଦୋଡା ଅଂଚଳକୁ ଯାଉଥିଲେ। ତେବେ ଏହି ଖବର ନକ୍ସଲଙ୍କ ନିକଟରେ ପହଞ୍ଚିଥିଲା। ଯବାନଙ୍କ ବସଟି ଆସିବା ମାତ୍ରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ ନକ୍ସଲ। ଘଟଣାସ୍ଥଳଟି ସଂପୂର୍ଣ୍ଣ ଘଂଚ ଜଂଗଲ ଅଟେ। ତେଣୁ ନକ୍ସଲଙ୍କୁ ଏଠାରେ ଟାର୍ଗେଟ କରିବା ପାଇଁ ବାକି ଯବାନାଙ୍କୁ ବହୁ କଷ୍ଟ ଉଠାଇବାକୁ ପଡୁଥିବା କୁହାଯାଇଛି। ଏହି ଆକ୍ରମଣ ପରେ ପୁଲିସ ଏବଂ ପ୍ରଶାସନର ଘନ ଘନ ବୈଠକ ଚାଲିଛି। ଦୀର୍ଘ ଦିନ ପରେ ନକ୍ସଲଙ୍କ ଏହା ବଡ ଆକ୍ରମଣ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe