ଚୋରି ମାମଲାରେ ୩ ଗିରଫ: ୧୦ ଭରି ସୁନା, ଅଧାକିଲୋ ରୁପା ଜବତ

ଚୋରି ମାମଲାରେ ୩ ଗିରଫ: ୧୦ ଭରି ସୁନା, ଅଧାକିଲୋ ରୁପା ଜବତ

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗରସ୍ଥିତ ସୋବରା ଗ୍ରାମର ବରଦା ପ୍ରସନ୍ନ ପଣ୍ଡାଙ୍କ ଘରୁ ଚୋରି ଘଟଣାରେ ପୁଲିସ ୩ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୋବରା ଗ୍ରାମର ଚକରା ବେହେରା (୨୨), ଫୁକୁନ ମୁଦୁଲି (୨୯) ଓ ଅଜୟ ମୁଦୁଲି (୩୨)। ସେମାନଙ୍କ ନିକଟରୁ ୧୦ ଭରି ସୁନା ସହ ଅଧକିଲୋ ରୁପା ଉଦ୍ଧାର ହୋଇଛି। ଉଦ୍ଧାର ଚୋରି ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏକ ସୁନାହାର, ଚେନ୍‌, କାନଫୁଲ ୪ ହଳ, ଲକେଟ ୫ ଟା, ମୁଦି ୩ ଟା, ଚୁଡ଼ି ୨ ହଳ, ରୁପାର ବାହୁପଟି ୩ ଟା, ମଥାମଣି ୧, ଖଡୁ ୭ ଟା, ଚେନ୍‌ ୧, ଇମିଟେସନ ୧, ସ୍ମାର୍ଟ ୱାଚ ୧, ଟିଭିଏସ ମୋଟର ସାଇକେଲ ୧ ଓ ନଗଦ ୫ ହଜାର ଟଙ୍କା ଜବତ କରିଛନ୍ତି। ଏସବୁର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ପୁଲିସ ସୂଚନା ଦେଇଛି।

publive-image

ଗତ ୧୦ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରସନ୍ନଙ୍କ ଘରେ ପଶି ପରିବାର ଲୋକଙ୍କୁ କେମିକାଲ ସ୍ପ୍ରେ କରି ଅଚେତ କରିବା ପରେ କଳାକନା ବୁଲାଇ ଦେଇଥିଲେ। ଏନେଇ ଶ୍ରୀ ପଣ୍ଡା ୧୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ସ୍ଵତନ୍ତ୍ର ଏକ ଟିମ୍‌ ୭ ଦିନ ମଧ୍ୟରେ ଚୋରଙ୍କୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ଗତକାଲି ରାତିରେ ପୁଲିସ ସୋବରା ଗ୍ରାମରେ ଚଢ଼ଉ କରି ୩ ଜଣ ଦୁର୍ବୃତ୍ତଙ୍କୁ  ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି। ଅଭିଯୁକ୍ତଙ୍କ କୋଭିଡ୍‌ ଟେଷ୍ଟ କରିବା ପରେ କେସ ନମ୍ବର ୩୦୪/୨୩ ଦଫା ୪୫୭,୩୮୦ ଆଇପିସିରେ କୋର୍ଟଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ୍‌ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଏସ୍‌ଆଇ ଅଜୟ କୁମାର ସାହୁ, ଜ୍ୟୋତି ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe