୩ ଲୁଟେରାଙ୍କୁ ଧରି ପୁଲିସରେ ଜିମା ଦେଲେ ଲୋକ, ସାମଗ୍ରୀ ଭର୍ତ୍ତି ଅଟୋ ଜବତ

Advertisment
୩ ଲୁଟେରାଙ୍କୁ ଧରି ପୁଲିସରେ ଜିମା ଦେଲେ ଲୋକ, ସାମଗ୍ରୀ ଭର୍ତ୍ତି ଅଟୋ ଜବତ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଞ୍ଚଳରୁ ଗତକାଲି ରାତିକ ମଧ୍ୟରେ ୩ଟି ସ୍ଥାନରୁ ଲୁଟ ହୋଇଛି। ହୀରାପୁର ଗ୍ରାମରେ ଲୁଟ ଉଦ୍ୟମ କରୁଥିବା ବେଳେ ବିଫଳ ହେବା ସହ ସ୍ଥାନୀୟ ଲୋକ ସେମାନଙ୍କୁ କାବୁକରି ପୁଲିସ ଜିମା ଦେଇଛନ୍ତି। ପୁଲିସ ସେମାନଙ୍କୁ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି। ଅଟକ ଯୁବକମାନଙ୍କ ଭିତରୁ ଦୁଇଜଣ ହୀରାପୁର ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ଓଉପଡ଼ା ଗ୍ରାମର ବୋଲି ସୂଚନା ମିଳିଛି। ଏଥିସହିତ ପୁଲିସ ଘଟଣାସ୍ଥଳରୁ ଗୋଟିଏ ବିଭିନ୍ନ ସାମଗ୍ରୀ ଭର୍ତ୍ତି ଅଟୋ ମଧ୍ୟ ଜବତ କରିଛି।

ଲୁଟ ଘଟଣାରେ ସଂପୃକ୍ତ ଆଉ ୩ ଜଣ ଲୁଟେରା ଘଟଣାସ୍ଥଳରୁ ଖସି ପଳାଇଥିବା ଗ୍ରାମବାସୀ କହିଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅଭିଯୋଗ ମୁତାବକ ଗତକାଲି ରାତିରେ ସ୍ଥାନୀୟ ଗଡ଼ଶ୍ରୀରାମପୁର ଗ୍ରାମର ଅଶୋକ ଛୋଟରାୟଙ୍କ ଘରୁ ନଗଦ ୯ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ରୋଷେଇ ସରଞ୍ଜାମ ଏବଂ ମୂଲ୍ୟବାନ ଜିନିଷପତ୍ର ନଷ୍ଟ ହୋଇଯାଇଛି।

ଏସଂପର୍କରେ ଅଶୋକ ଆଜି ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ଗ୍ରାମର ସ୍ବର୍ଣ୍ଣଲତା ପାତ୍ରଙ୍କ ନଳକୂପରୁ ପାଣିଉଠା ମଟର ଲୁଟି ନେଇଥିବା ସେ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ହେଲେ ହୀରାପୁର ଗ୍ରାମରେ ଥିବା ଜଣେ ବିଲ୍ଡରଙ୍କ ଆଉଟ ହାଉସ ଗ୍ରିଲ କବାଟ ଓ ଝରକା ତାଡ଼ି ଅଟୋରେ ଲଦି ଲୁଟି ନେବାକୁ ଉଦ୍ୟମ ବିଫଳ ହୋଇଛି। ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ୩ ଜଣ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ଼ମାରି ପୁଲିସ ଜିମା ଦେଇଛନ୍ତି। ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆସିନ୍ତିକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe