ଅର୍ଥ ଆତ୍ମସାତ୍‌ ମାମଲା: ପୂର୍ବ ସରପଞ୍ଚଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ଘଣ୍ଟାପଡ଼ା: ସରକାରୀ ଅର୍ଥ ଆତ୍ମସାତ୍‌ କରିଥିବା ମାମଲାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ନାରାୟଣପ୍ରସାଦ ପଞ୍ଚାୟତର ପୂର୍ବ ସରପଞ୍ଚ ବିମଳା ମାଝୀଙ୍କୁ ଶୁକ୍ରବାର କଣ୍ଟାମାଳ ଜେଏମ୍‌ଏଫ୍‌ସି ସତ୍ୟନାରାୟଣ ଦାଶ ଦୋଷୀସାବ୍ୟସ୍ତ କରି ୩ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ବିମଳା ମାଝୀ ୧୯୯୭ରୁ ୧୯୯୯ ମସିହା ପର୍ଯ୍ୟନ୍ତ ନାରାୟଣପ୍ରସାଦ ପଞ୍ଚାୟତର ସରପଞ୍ଚ ଥିଲେ। ୨୦୦୨ରେ ଅଡିଟ୍‌ ବେଳେ ପଞ୍ଚାୟତର ୩୦,୧୭୪ ଟଙ୍କାର ହିସାବ ମିଳି ନଥିଲା। ଅଡିଟ୍‌ ରିପୋର୍ଟକୁ ଆଧାର କରି ବିଡିଓ ଦାୟିତ୍ୱରେ ଥିବା ତତ୍କାଳୀନ ତହସିଲଦାର ଦେବେଶ ବିଶ୍ୱାଳ ତତ୍କାଳୀନ ପଞ୍ଚାୟତ ସମ୍ପାଦକ ବିନୋଦ ବିହାରୀ ସାହୁ ଓ ସରପଞ୍ଚ ବିମଳା ମାଝୀଙ୍କୁ କୈଫିୟତ ତଲବ କରିଥିଲେ। ସନ୍ତୋଷଜନକ ଉତ୍ତର ନମିଳିବାରୁ କଣ୍ଟାମାଳ ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ମାମଲାର ବିଚାର ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ହୋଇଥିଲା। ୧୭ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ପ୍ରମାଣସିଦ୍ଧ ଦସ୍ତାବେଜର ତଥ୍ୟକୁ ଭିତ୍ତିକରି ଅଦାଲତ ଉକ୍ତ ରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe