କମୁଛି କୋଭିଡ୍‌ ସଂକ୍ରମଣ, ଥମୁନି ମୃତ୍ୟୁ, ୨୭ଦିନରେ ୩୦ କୋଭିଡ୍ ମୃତ୍ୟୁ

Advertisment

ବ୍ରହ୍ମପୁରରେ ୪୭୪୮ଜଣ ଗର୍ଭବତୀଙ୍କ ହେବ ଟିକାକରଣ

ବ୍ରହ୍ମପୁରରେ ୪୭୪୮ଜଣ ଗର୍ଭବତୀଙ୍କ ହେବ ଟିକାକରଣ

କମୁଛି କୋଭିଡ୍‌ ସଂକ୍ରମଣ, ଥମୁନି ମୃତ୍ୟୁ, ୨୭ଦିନରେ ୩୦ କୋଭିଡ୍ ମୃତ୍ୟୁ

cdc

ବ୍ରହ୍ମପୁର: କରୋନା ମହାମାରୀର ପ୍ରଥମ ଲହର ଭଳି ଦ୍ବିତୀୟ ଲହରରେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ଗଂଜାମ ଜିଲ୍ଲାର ହଟ୍‌ସ୍ପଟ୍ ପାଲଟିଥିଲା। ଏବେ କୋଭିଡ୍ ସଂକ୍ରମଣ ଥମିଥିବା ବେଳେ ପ୍ରାୟ ମାସେ ତଳେ ଗଂଜାମ ଜିଲ୍ଲାରେ ‌ସେରୋ ସର୍ଭେ ହୋଇଥିଲା। ବ୍ରହ୍ମପୁରର ୧ନଂ ୱାର୍ଡ଼ର ଉତ୍ତରାମୁଖୀ ଏବଂ ୪୦ନଂ ୱାର୍ଡ଼ର ଖୋଡ଼ାସିଙ୍ଗି ଅଂଚଳରେ ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା। ମିଳିଥିବା ତଥ୍ୟ ମୁତାବକ ଗଂଜାମ ଜିଲ୍ଲାରେ ପ୍ରାୟ ୭୧ପ୍ରତିଶତ (୭୦.୯%) ବ୍ୟକ୍ତି କେ‌ାଭି୍‌ଡ଼ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି। ଅର୍ଥାତ୍ ୭୧ପ୍ରତିଶତ ଜିଲ୍ଲାବାସୀଙ୍କ ଶରୀରରେ କୋଭିଡ୍‌କୁ ପ୍ରତିହତ କଲାଭଳି ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଛି।

ବ୍ରହ୍ମପୁର ସମେତ ସାରା ଜିଲ୍ଲାରେ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବା ବେଳେ କୋଭିଡ୍ ମୃତ୍ୟୁ କିନ୍ତୁ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ ଉଭୟ ଲହର୍‌ରେ ମୋଟ କୋଭିଡ୍ ମୃତ୍ୟୁ ୪୨୮ ହୋଇଥିବା ବେଳେ ବ୍ରହ୍ମପୁରରେ ଏହି ସଂଖ୍ୟା ୧୫୨ ରହିଛି। ଗତ ମାସ ଶେଷ ସୁଦ୍ଧା ସହରରେ କୋଭିଡ୍ ମୃତ୍ୟୁ ୧୨୨ଥିବା ବେଳେ ଏବେ ଏହି ସଂଖ୍ୟା ୧୫୨ ହେଲାଣି। ଗତ ଏପ୍ରିଲ୍‌ ୧୫ ବେଳକୁ କୋଭିଡ୍ ଦ୍ବିତୀୟ ଲହରର ପ୍ରକୋପ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା। ସେ‌ତେବେଳକୁ ସହରରେ ମୋଟ କୋଭିଡ୍ ମୃତ୍ୟୁ ୮୩ ଥିଲା। ସାଢ଼େ ତିନି ମାସ ମଧ୍ୟରେ ୬୯ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହେଲାଣି।

ଅନ୍ୟପକ୍ଷେ ବରିଷ୍ଠ ନାଗରିକ, ପୌଢ଼ ଏବଂ ଯୁବବର୍ଗଙ୍କ ଟିକାକରଣ ପରେ ଏବେ ଗର୍ଭବତୀଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲାରେ ମୋଟ ୩୧,୪୧୩ଜଣ ଗର୍ଭବତୀଙ୍କୁ ଟିକାକରଣ ପାଇଁ ଆକଳନ କରାଯାଇଥିବା ବେଳେ ଗତକାଲି ସୁଦ୍ଧା ୭୪୨୮ଜଣଙ୍କ ଟିକାକରଣ ଶେଷ ହୋଇଛି। ବ୍ରହ୍ମପୁର ମହାନଗର ନିଗମ ଅଂଚଳର ୪,୭୪୮ଜଣ ଗର୍ଭବତୀଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତକାଲି ଠାରୁ ଏହା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮୧ଜଣଙ୍କ ଟିକାକରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe