ବଲାଙ୍ଗୀର: ସମ୍ଭାବିତ ହିଂସା ନେଇ ପୁଲିସ୍‌ର ଫ୍ଲାଗମାର୍ଚ୍ଚ, ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

Advertisment
ବଲାଙ୍ଗୀର: ସମ୍ଭାବିତ ହିଂସା ନେଇ ପୁଲିସ୍‌ର ଫ୍ଲାଗମାର୍ଚ୍ଚ, ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

jansatta.com

ବଲାଙ୍ଗୀର: ମାତ୍ର ୩ ଦିନ ପରେ ଅର୍ଥାତ ଏପ୍ରିଲ ୧୮ରେ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ଦିନ ଉଭୟ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାନ ହେବ। ତେଣୁ ପ୍ରାକ୍‌ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ବଲାଙ୍ଗୀରରେ ପୁଲିସର ଫ୍ଲାଗମାର୍ଚ୍ଚ ହୋଇଛି। ସହରରେ ଏବେ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ଥିବା ଜଣାପଡ଼ିଛି। ବଲାଙ୍ଗୀରର ଗାନ୍ଧୀନଗର ପଡ଼ାଠାରୁ ଆରମ୍ଭ କରି ଦୁର୍ଗାମଣ୍ଡପ, ବସ ଷ୍ଟାଣ୍ଡ, ପେଲେସ ଲାଇନ, ମେଡିକାଲ ଛକ, କଲେଜ ଛକ, ଲାଲଟିକ୍ରା ଆଦି ସ୍ଥାନରେ ପୁଲିସ ମୁତୟନ ଅଛନ୍ତି।

ବିଜେଡିର ଶାନ୍ତି ଶୋଭାଯାତ୍ରା
ଇତି ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ଶାନ୍ତି ଶୋଭାଯାତ୍ରାର ଆୟୋଜନ ହୋଇଛି। ବିଧାୟକ ପ୍ରାର୍ଥୀ ଅର୍କେଶ ସିଂହଦେଓଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା କରାଯାଇଛି। ସୂଚନାଯୋଗ୍ୟ ଶନିବାର ବଲାଙ୍ଗୀରରେ ବିଜେଡ଼ି କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା।

ସପ୍ତଦଶ ଲୋକସଭା ନିର୍ବାଚନ ଓଡ଼ିଶା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ପାଟଣାଗଡ଼, ଟିଟିଲାଗଡ଼, କଣ୍ଟାବାଂଜି, ବଲାଙ୍ଗୀର, ଲୋଇସିଂହା, ସୁବର୍ଣ୍ଣପୁର ଓ ବୀରମହାରାଜପୁର ଆସନରେ ମତଦାନ ହେବ। ଏଥର ଏହି ନିର୍ବାଚନ ଗୁଡ଼ିକରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ବିଜୁ ଜନତା ଦଳ ମଧ୍ୟରେ କଡା ମୁକାବିଲା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe