ଶିବିରରୁ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ; ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା‌, ପାଠ୍ୟ ପୁସ୍ତକ ବଣ୍ଟନ

ଶିବିରରୁ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ; ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା‌, ପାଠ୍ୟ ପୁସ୍ତକ ବଣ୍ଟନ

ବାଲିପାଟଣା: ସମ୍ବାଦ "ଆମ ଓଡିଶା" ଏବଂ ସାମଜିକ ଅନୁଷ୍ଠାନ ବର୍ଣଟୁ ହେଲ୍ପ ଅଲ ଏବଂ ଏସବିଆଇ ଲାଇଫ ମିଳିତ ଆନୁକୂଲ୍ୟରେ ବୁଧବାର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ତୁରିନ୍ତିରାସ୍ଥିତ ବିବେକାନନ୍ଦ ଶିକ୍ଷକେନ୍ଦ୍ର ପରିସରରେ ଆୟୋଜିତ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। କାର୍ଯ୍ୟକ୍ରମରେ ଅତିଥି ରୂପେ ବାଲିପାଟଣା ଥାନା ଏସ୍ଆଇ ରାକେଶ ସାମଲ, ସମାଜସେବୀ ସତ୍ୟପ୍ରିୟ ବେହେରା, ଡାକ୍ତର ରତି ରଞ୍ଜନ ସ୍ୱାଇଁ, ଅଵସର ପ୍ରାପ୍ତ ସେନାକର୍ମଚାରୀ ଜଗନ୍ନାଥ ମହାନ୍ତି, ପ୍ରେସ୍‌ କ୍ଳବ ସଭାପତି ଦିଲ୍ଲୀପ କୁମାର ଓଝା, ସିନେ ଅଭିନେତା ଶେକ ଗୁଲଜାର ହୁସେନ, ମାଗୁଣି ସେଠି, ବିବେକାନନ୍ଦ ଶିକ୍ଷକେନ୍ଦ୍ର ଅଧ୍ୟକ୍ଷ ରତ୍ନପ୍ରଭା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।  ଅତିଥି ବୃନ୍ଦ ରକ୍ତଦାନର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

publive-image

ଏହି ଅଵସରରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଆଇଆଇଟିରେ ସଫଳତା ଲାଭ କରିଥିବା ମେଧାବୀ ଛାତ୍ର କୌଶିକ ଭାରତିୟ ଏବଂ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଆଦ୍ୟାଶ୍ରୀ ବିଶ୍ୱାଳ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ବର୍ଣ ଟୁ ହେଲ୍ପ ଅଲ ଅନୁଷ୍ଠାନ ସଭାପତି ଘନଶ୍ୟାମ ବେହେରା, ଉପସଭାପତି ଦିଲ୍ଲୀପ ସ୍ୱାଇଁ, ସଂପାଦକ ନିଗମ ସେନାପତି, ମୁଖ୍ୟ ସଂଗଠକ ପପକ ରଞ୍ଜନ ବାରିକ, ଶିକ୍ଷକ ମୁରଲିଧର ବିଶ୍ୱାଳ, ଅରୁଣ କୁମାର ଶତପଥି ଏବଂ ସଂଗଠନର ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ। କେନ୍ଦ୍ରାପଡ଼ା ବ୍ଲଡ଼ ବ୍ୟାଙ୍କ ତରଫରୁ ଶିବିରରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe