ମଧ୍ୟରାତ୍ରିରେ କାର୍‌ରୁ ୩୦୦ ଲିଟର ଦେଶୀ ମଦ ଜବତ, ଚାବି ନେଇ ଚାଳକ ଫେରାର

Advertisment
ମଧ୍ୟରାତ୍ରିରେ କାର୍‌ରୁ ୩୦୦ ଲିଟର ଦେଶୀ ମଦ ଜବତ, ଚାବି ନେଇ ଚାଳକ ଫେରାର
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଘାଷେଡିହ ଅଞ୍ଚଳରେ ପୁଲିସ ଚଢ଼ଉ କରି ଏକ ମଦ ବୋଝେଇ କାରକୁ ଜବତ କରିଛି। ଖବର ମୁତାବକ ଗତକାଲି ରାତିରେ ଘାଷେଡିହ ଅଞ୍ଚଳରୁ ଏକ ମଦ ବୋଝେଇ କାର ଆସୁଥିବାର ଗମ୍ଭାରୀମୁଣ୍ଡା ବିଟ୍‌ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏ ନେଇ  ସେ ସଙ୍ଗେସଙ୍ଗେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ଵାରିକଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଶ୍ରୀ ନାୟକ ଏକ ଟିମ ଗଠନ କରି ଉକ୍ତ ଅଞ୍ଚଳରେ ଚଢ଼ଉ କରିଥିଲେ।
publive-image
ଚଢ଼ାଉ ବେଳେ ପୁଲିସ ଏକ ବାଇଗଣୀ ରଙ୍ଗର କାରରେ (ଓଆର-୦୫-ଏଆର-୭୦୫୫) ମଦ ବୋଝେଇ ହୋଇ ଯାଉଥିବାର ଦେଖିବାକୁ ପାଇଥିଲା। ତେବେ କାରକୁ ପିଛା କରିବାରୁ କିଛି ବାଟ ପରେ କାର ଚାଳକ କାର ଚାବିକୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପରେ କାରକୁ ପୁଲିସ ଜବତ କରିଥିଲା। ଉକ୍ତ କାରରୁ ୩୦୦ ଲିଟର ଦେଶୀ ମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ବାଣପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe