ଗୋରୁ ବୋଝେଇ ଟ୍ରକ ଜବତ, ୩୧ ଗୋରୁ ଉଦ୍ଧାର

Advertisment
ବେଆଇନ ଗୋରୁ ଗାଡି ଜବତ, ୨୯ ଗୋରୁ ଉଦ୍ଧାର

Image Source: India Today

ବାଲେଶ୍ବର: ଆଜି ପୁଣି ଏକ ବଡ଼ ଧରଣର ଗୋଚାଲାଣକୁ ଖନ୍ତାପଡ଼ା ଥାନା ପୁଲିସ ପଣ୍ଡ କରିଛି। ସେରଗଡ଼ ଟୋଲ୍‌ଗେଟ୍‌ ନିକଟରୁ ଗୋରୁବୋଝେଇ ଟ୍ରକକୁ ଜବତ କରିବା ସହ ୩୧ଗୋରୁ ଉଦ୍ଧାର କରିଛି। ତେବେ ଚାକଳ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି।

ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଖନ୍ତାପଡ଼ା ଥାନା ପୁଲିସ ଜାତୀୟ ରାଜପଥରେ ପାଟ୍ରୋଲିଂ ବେଳେ ଭଦ୍ରକ ପଟୁ ଏକ ଗୋରୁବୋଝେଇ ଟ୍ରକ ଆସୁଥିବା ଜାଣିବାକୁ ପାଇଥିଲା। ତୁରନ୍ତ ପୁଲିସ କର୍ମଚାରୀ ଗାଡ଼ିକୁ ଧରିବା ପାଇଁ ସଜାଗ‌ ହୋଇଯାଇଥିଲେ। ତେଣୁ ଜାତୀୟ ରାଜପଥରେ ପୁଲିସକୁ ବ୍ଲକିଂ କରିଥିଲା।  ପୁଲିସକୁ ଦେଖି ଚାଳକ ଜଣଙ୍କ ଏପଟସେପଟ ହୋଇଥିଲା। ଆଉ ଗାଡ଼ିକୁ ନଅଟକାଇ ଦ୍ରୁତ ଗତିରେ ଆଗକୁ ମାଡ଼ିଚାଲିଥିଲା। ସନ୍ଦେହ ହେବାରୁ ପୁଲିସ ଭ୍ୟାନ୍‌ ଗାଡ଼ିକୁ ପିଛା କରିଥିଲା। କିଛିବାଟ ପରେ ଟୋଲ୍‌ଗେଟ୍‌ ନିକଟରେ ଚାଳକ ଗାଡ଼ିକୁ ଛାଡ଼ି‌ଫେରାର୍‌ ହୋଇଯାଇଥିଲା। ପୁଲିସ ସେଠାରୁ ଗୋରୁବୋଝେଇ ଟ୍ରକକୁ  ଜବତ କରି ଥାନାକୁ ଆଣିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe