ମୟୂରଭଞ୍ଜରେ ୨୩ ଦିନରେ ୩୧ ମୁଣ୍ଡ ନେଲାଣି କରୋନା

Advertisment

ଆଜି ଜିଲ୍ଲାରୁ ୧୮୦ ଆକ୍ରାନ୍ତ ଚିହ୍ନଟ, ଦୁଇ ମୃତ 

ଆଜି ଜିଲ୍ଲାରୁ ୧୮୦ ଆକ୍ରାନ୍ତ ଚିହ୍ନଟ, ଦୁଇ ମୃତ 

ଭୁବନେଶ୍ବରରେ ୨୮୬ ଆକ୍ରାନ୍ତ, ୨୫ ମୃତ ଘୋଷଣା

Newz Mirror

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ମାସର ୨୩ ଦିନରେ ୩୧ ଜଣଙ୍କର ମୁଣ୍ଡ ନେଲାଣି ମହାମାରୀ କରୋନା। ଆଜି ମଧ୍ୟ କରୋନାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ୪୭ ବର୍ଷ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷିୟା ମହିଳା ରହିଛନ୍ତି । ଏହି ସମୟରେ ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩,୪୫୬ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୮୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୪,୨୭୯ରେ ପହଁଞ୍ଚିଛି ।
ସେହିପରି ଜୁନ ୨୨ ପର୍ଯ୍ୟନ୍ତ ଜିଲ୍ଲାରୁ ୯୫.୫୬ ପ୍ରତିଶତରୁ ଅଧିକ ହାରରେ ୩୨,୫୮୬ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁନ ୨୩ ଅପରାହ୍ନ ସୁଦ୍ଧା ୪.୫୭ ପ୍ରତିଶତ ହାରରେ ୧,୫୬୬ ଜଣ ସକ୍ରିୟ ଅଛନ୍ତି। ଏହି ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରେ ୦.୩୬ ପ୍ରତିଶତ ହାରରେ ୧୨୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe