୩୧ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର, ଜନ୍ମ ନେଲେ ୧୦

Advertisment
୩୧ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର, ଜନ୍ମ ନେଲେ ୧୦

Sambad

ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଭାବେ ଦୃଷ୍ଟି ଦିଆଯାଇଛି। ଆସନ୍ତା ଜୁନ ପ୍ରଥମ ସପ୍ତାହରେ ପ୍ରସବ କରିବାକୁ ଥିବା ମହିଳା ମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଥିଲା। ଏହି କ୍ରମରେ ୨୪୯ ଜଣ ମହିଳା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

publive-image Sambad

ସେମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣ ଶିଶୁ ଜନ୍ମ ନେଇଥିବା ଜଣାପଡ଼ିଛି। ଗତ ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ଏହି ଶିଶୁ ଜନ୍ମ ନେଇଥିବା ଜଣାପଡ଼ିଛି। ପ୍ରସବ କରିବାକୁ ଥିବା ଅନ୍ୟ ମହିଳାଙ୍କ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe