୩୨୦ ବୋତଲ ଏସକଫ୍ ସିରଫ ଜବତ, ଜଣେ ଗିରଫ

୩୨୦ ବୋତଲ ଏସକଫ୍ ସିରଫ ଜବତ, ଜଣେ ଗିରଫ

Prabhat Khabar

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ ବେଆଇନ ଏସକଫ୍ ସିରଫ୍ ବିକ୍ରି କରୁଥିବା ଅଭିଯୋଗରେ ସୋମବାର କୋମନା ଥାନା ପଣ୍ଡରାପଥର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଅବକାରୀ ବିଭାଗଠାରୁ ମିଳିଥିବା ସୂଚନା ଅନୁଯାୟୀ, କୋମନା ଥାନା ଉଦ୍ୟାନବନ୍ଧ ମହୁଲିପଡ଼ା ଗ୍ରାମର ଡିଗେଶ୍ବର ଅହିର(୨୭) ବେଆଇନ ଭାବରେ ଏସକଫ୍ ସିରଫ୍ ଚାଲାଣ କରୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗକୁ ସୂଚନା ଦେଇଥିଲା।

ନୂଆପଡ଼ା ଅବକାରୀ ଅଧିକାରୀ ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଇନ୍ସପେକ୍ଟର ହୀରାବତି ଥାଟିଳ, ଏସଆଇ ସଞ୍ଜିବ ବେହେରା, ଗୁପ୍ତେଶ୍ବର ପଟେଲ, ରୀତା ଶବର ଓ ଦୀପାଞ୍ଜଳି ତିୱାରୀ କୋମନା ଥାନା ପଣ୍ଡରାପର ଛକରେ ଚଢ଼ଉ କରିଥିଲେ। ଚଢ଼ଉରେ ଡିଗେଶ୍ବରଠାରୁ ୩୨୦ ବୋତଲ କପ୍ ସିରଫ ଜବତ ହୋଇଥିଲା। ପରେ ଅବକାରୀ ନିୟମାନୁଯାୟୀ ଏକ ମାମଲା ରୁଜୁକରି ଅଭିଯୁକ୍ତ ଡିଗେଶ୍ବରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜବତ ଏସକଫ୍ ସିରଫର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe