ବୌଦ୍ଧରେ ୩୫ଜଣ ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତ ସଂଖ୍ୟା ୨୪୭୨

Advertisment
ବୌଦ୍ଧରେ ୩୫ଜଣ ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତ ସଂଖ୍ୟା ୨୪୭୨

ବୌଦ୍ଧ: ଶନିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୩୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇଛି। ଆଜି ଚିହ୍ନଟ ସଂକ୍ରମଣ ମାମଲାଗୁଡିକ ମଧ୍ୟରୁ ବୌଦ୍ଧ ଏନଏସି ଅଂଚଳରୁ ଜଣେ, ହରଭଙ୍ଗା ବ୍ଲକ୍ ପରଗଲପୁର୍ ଗ୍ରାମରୁ ୪ ଜଣ, ଧଳପୁର ମହାନଦୀ ବ୍ରିଜ ନିକଟରୁ ୮ ଜଣ, ବୌଦ୍ଧ ବ୍ଲକ୍ ବଲାସିଙ୍ଗା (୫ମ)ଆଇଆରବି କ୍ୟାମ୍ପସ ମଧ୍ୟରୁ ୯ ଜଣ, କଣ୍ଟାମାଳ ବ୍ଲକ୍ କଣ୍ଟିଆପାଲି ଗ୍ରାମରୁ ଜଣେ, ମନମୁଣ୍ଡାରୁ ୨ ଜଣ, ଗୋହିପିଟା, ପରାଗାଁରୁ ଜଣେ ଲେଖାଏଁ, କଣ୍ଟାମାଳ ପୁଲିସ ଥାନାରୁ ୬ଜଣ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି ଜିଲ୍ଲା ବାହାରେ ପରୀକ୍ଷା କରାଇ ଚିହ୍ନଟ ହୋଇଥିବା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି।

ସମସ୍ତଙ୍କୁ ଗୃହାବଦ୍ଧ ରହିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୨୪୭୨କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ସୁସ୍ଥ ସଂଖ୍ୟା ୨୨୮୬ରେ ପହଞ୍ଚିଛି। ୧୭୭ ଜଣ ଚିକିତ୍ସାଧିନ ଅଛନ୍ତି। ଆଜି ସୁଦ୍ଧା ବୌଦ୍ଧ ଜିଲ୍ଲାରୁ ମୋଟ ୩୧୩୯୭ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଛି। ୨୮୯୮୯ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିବା ଜଣାଯାଇଛି। ସରକାରୀ ଘୋଷଣା ଅନୁସାରେ ଜିଲ୍ଲାର ମୋଟ ୯ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe