ଉଦ୍ଧାର ହେଲା ଚୋରି ବାଇକ୍‌, ୪ ଗିରଫ

Advertisment
ଉଦ୍ଧାର ହେଲା ଚୋରି ବାଇକ୍‌, ୪ ଗିରଫ

ଯାଜପୁରସଦର: ବାଇକ୍‌ ଚୋରି ଅଭିଯୋଗରେ ଯାଜପୁର ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଶିଷ ଜେନା, ବୈଦ୍ୟନାଥ ପଣ୍ଡା, ଚିତ୍ତରଞ୍ଜନ ସାହୁ, ଜଳଧର ପ୍ରଧାନ। ସେମାନଙ୍କଠାରୁ ୨ ଟି ବାଇକ୍‌ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି। ଯାଜପୁର ଥାନାର ବିଭିନ୍ନ ଅଞ୍ଚଳରୁ କ୍ରମାଗତ ଭାବେ ବାଇକ ଚୋରି ହେଉଥିବାର ଅଭିଯୋଗ ହେଉଥିଲା।

କିଛିଦିନ ତଳେ ହରପାର୍ବତୀ ଛକ ଓ ଦେବୀଗଡ଼ା ଘାଟ ନିକଟରୁ ବାଇକ୍‌ ଚୋରି ହେବା ସହ ଘର କାମ ପାଇଁ ଥୁଆ ହୋଇଥିବା ସିମେଣ୍ଟ ବସ୍ତା ମଧ୍ୟ ଚୋରି ହୋଇଥିଲା। ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଲିଖିତ ଅଭିଯୋଗକୁ ଭିତ୍ତିକରି ଯାଜପୁର ପୁଲିସ ଚୋରି ମାମଲା ରୁଜୁ କରିଥିଲା। ୨ଟି ବାଇକ ଓ ଗୋଟିଏ ସ୍କୁଟି ସହ କିଛି ସିମେଣ୍ଟକୁ ଯାଜପୁର ପୁଲିସ ଜବତ କରିଥିଲା। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe