ଚାଲାଣ ପୂର୍ବରୁ ମାଡ଼ି ବସିଲା ପୁଲିସ୍, ୬୫୩ କେଜି ଗଞ୍ଜେଇ ଜବତ, ୪ ଗିରଫ

Advertisment
ଚାଲାଣ ପୂର୍ବରୁ ମାଡ଼ି ବସିଲା ପୁଲିସ୍, ୬୫୩ କେଜି ଗଞ୍ଜେଇ ଜବତ, ୪ ଗିରଫ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୁଲିସ୍ ଚୋରା ଗଞ୍ଜେଇ ଚାଲାଣର ପର୍ଦାଫାଶ କରିଛି। ବାହାର ରାଜ୍ୟକୁ ଚାଲାଣ ପୂର୍ବରୁ ପୁଲିସ୍ ଚଢ଼ାଉ କରି ୬୫୩ କେଜି ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଚୋରା ଚାଲାଣରେ ସଂପୃକ୍ତ ଅନ୍ୟ ୫ ଜଣ ଫେରାର୍ ହୋଇଯାଇଛନ୍ତି। ଫେରାର ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ମୁନିଗୁଡ଼ା ଥାନା କୁଟୁଡୁକୁପା ଗ୍ରାମ ନିକଟ ରାସ୍ତାରେ ବାହାରକୁ ଚାଲାଣ କରିବା ପାଇଁ ମାଫିଆମାନେ ଗଞ୍ଜେଇ ଜମା କରି ରଖିଥିଲେ। କୌଣସି ସୂତ୍ରରୁ ପୁଲିସ୍ ଖବର ପାଇବା ପରେ ଏସଡିପିଓ ଶ୍ରୀ ସାହୁଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଞ୍ଜେଇ ଜବତ କରିବା ପାଇଁ ଚଢ଼ଉ ଆରମ୍ଭ କରିଥିଲେ। ପୁଲିସ୍ ଗାଁ ନିକଟ ରାସ୍ତାରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ୫ ମାଫିଆ ଫେରାର ହୋଇଯାଇଥିଲେ। କିନ୍ତୁ ୪ ଜଣ ଭୀମ ଜାଙ୍ଗରଙ୍ଗା, ପ୍ରସାଦ ଜାଙ୍ଗରଙ୍ଗା, ତ୍ରିନାଥ ଜାଙ୍ଗରଙ୍ଗା ଓ କବିରାଜ ଜାଙ୍ଗରଙ୍ଗାକୁ ପୁଲିସ୍ ଗିରଫ କରିଥିଲା। ଜବତ ଗଞ୍ଜେଇର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଉର୍ଧ୍ବ ହେବ ବୋଲି ପୁଲିସ୍ ଅନୁମାନ କରିଛି। ମୁନିଗୁଡ଼ା ଦେଇ ବାହାର ରାଜ୍ୟକୁ ଉକ୍ତ ଗଞ୍ଜେଇ ‌ଚୋରା ଚାଲାଣ ପାଇଁ ଯୋଜନା ହୋଇଥିଲା। ଗିରଫ ୪ ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ଚଢ଼ାଉରେ ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁ, ଏସଆଇ ପ୍ରତାପ ବେହେରା, ଚନ୍ଦ୍ରମା ଶବର ପ୍ରମୁଖ ସାମିଲ୍ ହୋଇଥିଲେ। ସୂଚନାଯୋଗ୍ୟ, ଗତ ୭ ମାସ ମଧ୍ୟରେ ମୁନିଗୁଡା ଥାନା ଅଞ୍ଚଳରୁ ୫୦୦୦ କେଜିରୁ ଉର୍ଧ୍ବ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୨୦ରୁ ଉର୍ଧ୍ବ ‌ଗଞ୍ଜେଇ ବେପାରୀ, କୋଟିରୁ ଉର୍ଧ୍ବ ଟଙ୍କାର ନାମିଦାମୀ ଗାଡ଼ି ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe