୪ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ଗହଣା ଓ ପିତ୍ତଳ ହାଣ୍ଡି ସହ ୧୦ ହଜାର ଟଙ୍କା ଚୋରି ଘଟଣା

୪ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ଦେବଗଡ଼: ଗତ ୨୭ ତାରିଖ ବିଳମ୍ବତ ରାତିରେ ଦେବଗଡ଼ ମହୁଲଢିପା ସାହିର ସ୍ୱର୍ଗତ ତ୍ରିଲୋଚନ ଦେହୁରୀଙ୍କ ଘରୁ ଚୋରି ହୋଇଥିଲା। ଚୋରମାନେ ତାଙ୍କ ଘରୁ ସୁନା ମୁଦି, କାନ ଫୁଲ ସହ ୪ଟି ପିତ୍ତଳ ହାଣ୍ଡି ଓ ୧୦ ହଜାର ଟଙ୍କା ନେଇ ଯାଇଥିବା ସ୍ୱର୍ଗତ ଦେହୁରୀଙ୍କ ପତ୍ନୀ ଇନ୍ଦୁମତି ଦେହୁରୀ ଦେବଗଡ଼ ଥାନାରେ ପରଦିନ ଏତଲା ଦେଇଥିଲେ।

ଉକ୍ତ ମାମଲାର ତଦନ୍ତ କରି ପୁଲିସ୍‌ ବୁଧବାର ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଟଠଲ ବାଘ (୨୪), ଜୟକୃଷ୍ଣ ଉଦାବର (୩୩), ଅଶୋକ ନାୟକ (୨୯) ଓ ମୁନ୍ନା ନାୟକ (୨୦)। ସେମାନଙ୍କ ପାଖରୁ କାନ ଫୁଲ ସହ ୨ଟି ସୁନା ଖଡୁ, ୨ଟି ଚେନ, ୨ଟି ନେକଲେସ, ୧୦ ହଜାର ଟଙ୍କା, ଗୋଟିଏ ଗ୍ୟାସ୍‌ ଷ୍ଟୋଭ, ଗୋଟିଏ ବାଇକ୍‌ ଓ କିଛି ସାଦା ଖତିଆନର ପଟ୍ଟା ଜବତ କରାଯାଇଥିବା ଆଜି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଦେବୀ ପ୍ରସାଦ ଦାଶ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସମ୍ମିଳନୀରେ ଡିଏସପି ଆନ୍ଥୋନୀ ତିର୍କୀ, ଏସଡିପିଓ ସୁଲେମାନ ଏକ୍କା, ଦେବଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଆଶିଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe