ବ୍ୟବସାୟୀଙ୍କ କାର୍ ଜାଳିଦେଲେ ଦୁର୍ବୃତ୍ତ

Advertisment
ବ୍ୟବସାୟୀଙ୍କ କାର୍ ଜାଳିଦେଲେ ଦୁର୍ବୃତ୍ତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଠେଲାକଲୋଇ ଥାନ ଅନ୍ତର୍ଗତ ଲପଙ୍ଗା ଗ୍ରାମର ଜନୈକ ବ୍ୟବସାୟୀଙ୍କ ୪ଟି କାର୍‌କୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ସୋମବାର ଦିନ ବ୍ୟବସାୟୀଙ୍କ ଏକ ଇନୋଭା, ଏକ ଭର୍ଣ୍ଣା, ଏକ ବ‌ଲେରୋ ପ୍ଲସ୍‌ ଓ ଏକ ବଲେରୋ ଏସ୍ଏଲ୍‌ଏସ୍‌ ଗାଡ଼ି ଲପଙ୍ଗା ସ୍ଥିତ ତାଙ୍କ ଅଫିସ ଆଗରେ ରଖାଯାଇଥିଲା। ମାତ୍ର ଉକ୍ତ ଦିନ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗାଡିଗୁଡ଼ିକରେ ନିଆଁ ଲଗାଇ ଦେଇ‌ଥିଲେ। ଫଳରେ ସେଗୁଡ଼ିକ ସଂପୂର୍ଣ୍ଣ ପୋଡ଼ିଯାଇଛି। ଏ ନେଇ ଥାନାରେ ଏତଲା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏଥିରେ ଜଣେ କି ଏକାଧିକ ସାମିଲ ଅଛନ୍ତି ତାହା ଜଣାପଡ଼ି ନାହିଁ। ରେଙ୍ଗାଲି ଶିଳ୍ପାଞ୍ଚଳରେ ପରିଣତ ହେବା ପରଠାରୁ ଅଞ୍ଚଳରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢ଼ିବାକୁ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe