ଚାରି ଦିନିଆ କର୍ମଶାଳା ଉଦଯାପିତ: ଔଷଧୀୟ ବୃକ୍ଷର ଉପଯୁକ୍ତ ନଥିକରଣର ଆବଶ୍ୟକତା ରହିଛି

Advertisment
ଚାରି ଦିନିଆ କର୍ମଶାଳା ଉଦଯାପିତ: ଔଷଧୀୟ ବୃକ୍ଷର ଉପଯୁକ୍ତ ନଥିକରଣର ଆବଶ୍ୟକତା ରହିଛି

ଜୟପୁର: ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଓ ଜୟପୁର ବନଖଣ୍ଡର ମିଳିତ ଆନୁକୁଲ୍ୟରେ ଏକ ଚାରିଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି। ଚତୁର୍ଥ ଦିବସ ତଥା ଉଦଯାପନ ଦିବସରେ ପ୍ରଫେସର ଶରତ କୁମାର ପାଲିତା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆୟୁର୍ବେଦ ଓ ଔଷଧୀୟ ବୃକ୍ଷ ସଂରକ୍ଷଣ ସମ୍ପର୍କରେ ସୂଚନା ଦେଇଥିଲେ। ଯାହା ଭାରତରେ ନାହିଁ ତାହା ମର୍ତ୍ତ୍ୟମଣ୍ଡଳରେ କେଉଁଠି ବି ନାହିଁ। ଆୟୁର୍ବେଦ ନିକଟରେ ସେହି ଦକ୍ଷତା ଅଛି ଯାହା ରୋଗକୁ ସମୂଳେ ନାଶ କରିବା ସହ ମାନବଜାତିକୁ ରକ୍ଷା କରିବାରେ ସହଯୋଗ କରିବ। ଏଥିପାଇଁ ପ୍ରତି ଘରେ ଗୋଟିଏ ଗୋଟିଏ ଔଷଧୀୟ ଉଦ୍ୟାନ କରିବା ଉଚିତ ବୋଲି ସେ କହିଛନ୍ତି।

ଏଥିରେ ଅନ୍ୟତମ ଅତିଥି ଭାବେ କୋରାପୁଟର ବନ ସଂରକ୍ଷକ ସହାୟକ ଉମା ମହେଶ କହିଛନ୍ତି ଯେ କୋରାପୁଟ ବୈଦ୍ୟଭାଇମାନଙ୍କୁ ବୃକ୍ଷଲତାର ଉପାଦେୟ, ଚିରଦୀର୍ଘସ୍ଥାୟୀ ଚାଷ କରି ଉତ୍ପାଦନ ଓ ବିକ୍ରିର ଉପାୟ ବିଷୟରେ ଆଲୋଚ଼ନା କରିଥିଲେ । ଜୟପୁର ଡିଏଫଓ ଏନ୍.ଏସ୍.ଜେ.ପି. ସିଂହ ଜଙ୍ଗଲରେ ରହିଥିବା ଔଷଧୀୟ ବୃକ୍ଷକୁ କିପରି ସୁରକ୍ଷା ଦିଆଯାଇପାରିବ ସେନେଇ ଆଲୋଚନା କରିଥିଲେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବରିଷ୍ଟ ସହାୟକ ପ୍ରଫେସର ଡ଼.ଦେବବ୍ରତ ପଠା ତାଙ୍କ ଆଲୋଚ଼ନାରେ ବିଶେଷତଃ କୋରାପୁଟ ଅଞ୍ଚଳରେ ଉପଲବ୍ଧ ଔଷଧୀୟ ବୃକ୍ଷର ଉପଯୁକ୍ତ ନଥିକରଣର ଆବଶ୍ୟକତା ରହିଛି ବୋଲି କହିଥିଲେ।

publive-image

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଔଷଧୀୟ ବୃକ୍ଷର ରାସୟନିକ ସଂଗଠନର ସଂରଚନା କରିବେ ଯାହାକି ଏହାର ଉପାଦେୟତା ବିଷୟରେ ସହାୟକ ହେବ। ଲମତାପୁଟ ଅତିରିକ୍ତ ଉଦ୍ୟାନକୃଷି ଅଧିକାରୀ ଭାବଗ୍ରାହୀ ବେହେରା ଔଷଧୀୟ ବୃକ୍ଷର ଉତ୍ପାଦନ ପ୍ରଣାଳୀ ଓ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଡ. ଏମ୍. ମଧୁ, ଡ଼ଃ. କ୍ରିଷ୍ଣ କୁମାର ନାଭଲେଡ଼ି, ଓଡ଼ିଶା ଔଷଧୀୟ ଉଦ୍ଭିଦ ବୋର୍ଡର ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରେମ୍ କୁମାର ଝା ଚାଷୀମାନଙ୍କୁ ପଞ୍ଜିକରଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ । ଏଥିରେ ଦିଶାରୀ ଔଷଧୀୟ ବୃକ୍ଷ ଉତ୍ପାଦନକାରୀ ଚାଷୀ, ଜୈବ ବିବିଧତା ପରିଚାଳନା କମିଟିର ସଦସ୍ୟ, ଆୟୁର୍ବେଦିକ ଔଷଧୟ ଉଦ୍ଭିଦ ଉତ୍ପାଦନକାରୀ ବିକ୍ରେତା ଓ କେତ୍ରାମାନ ପ୍ରମୁଖ ଉପସ୍ଥିତ ଥିଲେ। ସଂଯୋଜକ ପ୍ରଶାନ୍ତ କୁମାର ପରିଡ଼ା ଏହି ଉଦଯାପନୀ ଉତ୍ସବକୁ ପରିଚାଳନା କରିଥିଲା ବେଳେ ଡ. କାର୍ତ୍ତିକ ଚ଼ରଣ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe