ଭବାନୀପାଟଣା: ଗତକାଲି ରାତିରେଏକ ଢ଼ାବାରୁ ଖାଇସାରି ଫେରୁଥିବା ବେଳେ ଏକ କାର ଦୁୁର୍ଘଟୟଣାରେ ୪ ଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକଲି ରାତିରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଲକ୍ଷ୍ମୀସାଗର ପଡ଼ାର ଗଣେଶ ମହାଲିକ, ବବ୍ଲୁ ମହାଲିକ, ଅରୁଣ ସାହୁ ଓ ଚେକଗେଟ୍ ପଡ଼ାର ରବି ପ୍ରଧାନ ଏବଂ ବଜାରପଡ଼ାରର ଅଭିରାମ ବାଗ୍ ଏକ ଢାବାକୁ ଖାଇବାକୁ ଯାଇଥିଲେ। ଅଭିରାମ ବାଗ୍ ଗାଡ଼ିମାଲିକ ସୀମାତାରମ ବାଗଙ୍କ ଡ୍ରାଇଭର ହୋଇଥିବାରୁ ସେ ମାଲିକଙ୍କୁ ନ ଜଣାଇ ତାଙ୍କ ଓଡ ି୦୮ ବ ି୫୧୫୩ ନମ୍ବର ବିଶିଷ୍ଟ ହୋଣ୍ଡା ମୋବିଲିଓ ଗାଡ଼ି ନେଇ ଜୁନାଗଡ଼ଠାରେ ଥିବା ମଥୁରା ଢ଼ାବାକୁ ସାଙ୍ଗମାନଙ୍କ ସହିତ ଖାଇବାକୁ ଯାଇତିଲେ। ଖାଇସାରି ଫେରିବା ସମୟରେ ହାତୀନଦୀ ଉପରେ ଥିବା ପୋଲର ଆପ୍ରୋଚ୍ ରୋଡ୍୍ରେ ଭାରସାମ୍ୟ ହରାଇ ଗାଡିଟି ଏକ ଗଛରେ ପିଟି ହୋଇ ତଳଖୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଗଣେଶ, ବବ୍ଲୁ, ରବି ଓ ଅରୁଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଅଭିରାମଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭବାନୀପାଟଣା: ପୋଲତଳକୁ ଖସିପଡ଼ିଲା କାର, ଘଟଣାସ୍ଥଳରେ ୪ ସାଙ୍ଗଙ୍କ ମୃତ୍ୟୁ
Advertisment
Follow Us