କଲ୍‌ମାର ୪ ଗେଟ୍ ବନ୍ଦ ହେଲା

Advertisment
କଲ୍‌ମାର ୪ ଗେଟ୍ ବନ୍ଦ ହେଲା

www.bhaskarhindi.com

ଝାରସୁଗୁଡ଼ା: ମହାନଦୀର କଲ୍‌ମା ବ୍ୟାରେଜର ୯ଟି ଗେଟ୍‌ ଦେଇ ଗତକାଲି ଛତିଶଗଡ଼ ସରକାର ଜଳ ନିଷ୍କାସନ କରୁଥିଲେ। ତେ‌ବେ ଆଜି ସନ୍ଧ୍ୟା ସୁଦ୍ଧା ବ୍ୟାରେଜର ୪ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଫଳରେ ୫ ଗେଟ୍‌ ଦେଇ ବନ୍ୟାଜଳ ମହାନଦୀକୁ ପ୍ରବେଶ କରୁଛି। ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ‌ଯୋଗୁ କେବଳ କଲମା ନୁହେଁ କେଲୋ ଡ୍ୟାମ୍‌ରେ ମଧ୍ୟ ବନ୍ୟାଜଳ ନିୟନ୍ତ୍ରଣ କରାଯାଇଛି।

ଗତକାଲି ହୀରାକୁଦ ଜଳଭଣ୍ଡାରକୁ ୯୫୨୩ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ଆଜି ତାହା ହ୍ରାସପାଇ ୩୧୦୦ କ୍ୟୁସେକ୍‌ରେ ପହଞ୍ଚିଛି। ଗତ ୨୪ ଘଣ୍ଟ‌ା ମଧ୍ୟରେ ଉପରମୁଣ୍ଡରେ ୨.୨୭ ମିମି ଓ ତଳମୁଣ୍ଡରେ ୬.୬୨ ମିମି ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe