ସୁନ୍ଦରଗଡ଼: ଓଡ଼ିଶା ରାଜ୍ୟ କରାଟେ ଚାମ୍ପିଅନସିପରେ ସୁନ୍ଦରଗଡ଼କୁ ସ୍ବର୍ଣ୍ଣ ସମେତ ୪ଟି ପଦକ ମିଳିଛି। ଓଡ଼ିଶା ରାଜ୍ୟ କରାଟେ ଆସୋସିଏସନ ଆନୁକୂଲ୍ୟରେ ଭୁବନେଶ୍ବର ଉତ୍କଳ କରାଟେ ସ୍କୁଲରେ ଡିସେମ୍ବର ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ କରାଟେ ଆସୋସିଏସନ ମନୋନୀତ କ୍ରୀଡ଼ାବିତ ସୁଲେମାନ ତନ୍ତୀ ସ୍ବର୍ଣ୍ଣ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେହିପରି ଅମିତା ସା କାଂସ୍ୟ, ପ୍ରିୟଙ୍କା ସାହୁ ଦୁଇଟି ରୌପ୍ୟ ପାଇଛନ୍ତି। ଉଦଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରୀଷ୍ଣା, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ୧୮ଟି ଜିଲ୍ଲାରୁ ୪ ଶହ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରଶିକ୍ଷକ ଭାବେ ଗଣେଷଚନ୍ଦ୍ର ବେହେରା, ଦଳ ପରିଚାଳକ ଦୁଷ୍ମନ୍ତ କୁମାର ନାଏକ ଯୋଗ ଦେଇଥିଲେ। ରାଜ୍ୟ କରାଟେ ସଂଘ ସଭାପତି ଡ. ହରିପ୍ରସାଦ ପଟ୍ଟନାୟକ, ସମ୍ପାଦକ ଡ. ଗୌରୀ ମହାନ୍ତି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।
ଓଡ଼ିଶା ରାଜ୍ୟ କରାଟେରେ ସୁନ୍ଦରଗଡ଼କୁ ସ୍ବର୍ଣ୍ଣ
Advertisment
Follow Us