ଗାଈ ପଶି କାର ଦୁର୍ଘଟଣାରେ ସାମ୍ବାଦିକଙ୍କ ସମେତ ୪ ଆହତ

ଗାଈ ପଶି କାର ଦୁର୍ଘଟଣାରେ ସାମ୍ବାଦିକଙ୍କ ସମେତ ୪ ଆହତ

ଘୁ ଉଦୟଗିରି: ଶନିବାର ଭୋରରେ ରାଇକିଆ ଥାନା ମଣ୍ଡାକିଆ ଛକ ନିକଟରେ ଏକ କାର ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ସାମ୍ବାଦିକ ଆଶୁତୋଷ ସାହୁ ନିଜ କାର ନମ୍ବର ଓଡି ୦୨ ବିଏକ୍ସ ୧୬୦୮ ଯୋଗେ ନିଜ ବନ୍ଧୁମାନଙ୍କ ସହ ଭୁବନେଶ୍ବରରୁ ରାଇକିଆ ଫେରିବା ସମୟରେ ମଣ୍ଡାକିଆ ଛକ ନିକଟରେ ହଠାତ୍ ଏକ ଗାଈ କାର ଆଗକୁ ପଶି ଆସିବାରୁ ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସଙ୍ଗେ ସଙ୍ଗେ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ଆହତ ସାମ୍ବାଦିକ ଆଶୁତୋଷ ସାହୁ ବ୍ରହ୍ମପୁର ଏମ୍ କେସିଜି ମେଡିକାଲରେ ଚିକିତ୍ସା ହେଉଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଁଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବା ସହ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe