ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ୫ ଅଭିଯୁକ୍ତ ଅଟକ

Advertisment
କାଳିଆ ପଢ଼ିଆରୀ ହତ୍ୟା ମାମଲା: ଗୁନଙ୍କ ଭାଇ, ପୁତୁରା ସମେତ ୫ ଅଟକ

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ପୁଲିସ ୫ ଜଣଙ୍କୁ ଅଟକ ରଖିଛି। ଗତ କିଛି ଦିନ ଧରି ଛାନଭିନ୍ କରିବା ପରେ ପୁଲିସ ଏହି ହତ୍ୟାକାଣ୍ଡ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି । ଅଟକମାନଙ୍କ ମଧ୍ୟରୁ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ଅନ୍ୟତମ । ହତ୍ୟାକାଣ୍ଡରେ ଏହି ୨ ଜଣଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ରହିଛି । ତେବେ ଏହି ଘଟଣାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତମାନଙ୍କକୁ ପୁଲିସ ଖୁବ ଶୀଘ୍ର ଧରିବାକୁ ଉଦ୍ୟମ କରିବ।।

ସୂଚନାଯୋଗ୍ୟ ଯେ, ହତ୍ୟାକାଣ୍ଡକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ଏପର୍ଯ୍ୟନ୍ତ ସଫଳ ହୋଇପାାରି ନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢୁଛି । ଏପଟେ ବିଭିନ୍ନ ନିଯୋଗ ମଧ୍ୟରେ ସମନ୍ୱୟ ରଖି ବିବାଦର ସମାଧାନ ପାଇଁ ପ୍ରଶାସନ ଉଦ୍ୟମ କରିବାକୁ କହିଛନ୍ତି ବରିଷ୍ଠ ସେବାୟତ ।

ଅନ୍ୟପଟେ, ଦଶ ବର୍ଷ ତଳେ ଗୁନ ସିଂହାରୀ ଆଉ ଏବେ କୃଷ୍ଣ ପ୍ରତିହାରୀଙ୍କ ବୀଭତ୍ସ ହତ୍ୟା ପଛରେ ଯେଉଁ କାରଣ ସାମ୍ନାକୁ ଆସୁଛି ତାହା ଆଶ୍ଚର୍ଯ୍ୟ କଲା ଭଳି। ଶଙ୍କରପୁର ମୈାଜାରେ ଥିବା ଏକ ଦଶ ଏକର ପରିମିତ ଜମିର ମାଲିକାନାକୁ ନେଇ ଉଭୟ ଘଟଣା ଘଟିଥିବା ଜଣାପଡିଛି । ଗତ ୧୬ ତାରିଖରେ କୃଷ୍ଣଙ୍କୁ ହତ୍ୟା କରାଯାଇଥିବା ସ୍ଥାନରୁ ପୁଲିସ ଜବତ କରିଥିବା ଦସ୍ତାବିଜରୁ ଏହା ଅନୁମାନ କରୁଛନ୍ତି ପୁରୀର ବୁଦ୍ଧିଜୀବୀ । ସିପ ସରୁବାଲି ଠାରେ ପ୍ରସ୍ତାବିତ ପୁରୀ ବିମାନବନ୍ଦର ନିକଟରେ ଥିବା ଏହି ମୂଲ୍ୟବାନ ଜମିକୁ ହାତେଇବା ପାଇଁ ଦୀର୍ଘ ଦିନରୁ ଏହି ସେବାୟତ ଗୋଷ୍ଠୀଙ୍କ ସହ କିଛି ଅପରାଧୀ ହାତ ମିଳାଇଛନ୍ତି ବୋଲି ସୂଚନା ମିଳୁଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe