ଅସୁରେଶ୍ୱର ବଜାରରୁ ଡିକି ଭାଙ୍ଗି ୪୦ ଲକ୍ଷର ଅଳଙ୍କାର ଲୁଟ୍ ଘଟଣା: ପୁଲିସର ହାତ ଖାଲି

୪୮ଘଣ୍ଟା ପରେ ବି ପୁଲିସ ହାତ ଖାଲି

ଅସୁରେଶ୍ୱର ବଜାରରୁ ଡିକି ଭାଙ୍ଗି ୪୦ ଲକ୍ଷର ଅଳଙ୍କାର ଲୁଟ୍ ଘଟଣା: ପୁଲିସର ହାତ ଖାଲି

Sambad

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱର ବଜାରରେ ଗତ ୩୧ ତାରିଖ ରାତିରେ କଳା ପଲ୍‌ସର୍‌ ବାଇକ୍‌ରେ ଆସି ଦୁର୍ବୃତ୍ତମାନେ ଡିକି ଭାଙ୍ଗି ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହି ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଲୁଟେରା ଓ ଲୁଟ୍‌ ସାମଗ୍ରୀର ପତ୍ତା ମିଳିପାରି ନ ଥିବା ଜଣାଯାଇଛି। ସୂଚନା ମୁତାବକ, ଅସୁରେଶ୍ୱର ପୁବଂଶ ଗ୍ରାମର ଦୀପକ କୁମାର ମଣ୍ଡଳ ତରତସ୍ଥିତ ତାଙ୍କର ଗହଣା ଦୋକାନ ବନ୍ଦ କରି ରାତି ପ୍ରାୟ ୮ଟାରେ ୮୫୦ଗ୍ରାମ ଓଜନର ସୁନାଗହଣା ଗାଡ଼ି ଡିକିରେ ରଖି ଘରକୁ ଫେରୁଥିଲେ। ଅସୁରେଶ୍ୱର ବଜାରରେ କଳା ପଲ୍‌ସର୍‌ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ଡିକି ଭାଙ୍ଗିଦେବା ସହ ସୁନାଗହଣା ଲୁଟି ନେଇଥିଲେ। ଏ ସଂପର୍କରେ ଦୀପକ ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ।

ହେଲେ, ଘଟଣାର ୪୮ ଘଣ୍ଟା ପରେ ବି ପୁଲିସ୍‌କୁ ସେତେଟା ସଫଳତା ମିଳିପାରି ନାହିଁ କି ଲୁଟ୍ ହୋଇଥିବା ଗହଣା ଓ ଲୁଟେରାଙ୍କର ସନ୍ଧାନ ମିଳିପାରି ନାହିଁ। ଅପରପକ୍ଷରେ ଏହା ଅଞ୍ଚଳରେ ଚଳିତବର୍ଷର ବଡ଼ଧରଣର ଛିନ୍‌ତାଇ ବୋଲି ଆଲୋଚନା ହେଉଛି। ଏହି ଘଟଣା ପରେ ବ୍ୟବସାୟୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନା ପାଇଁ ମୁହଁରେ ମାସ୍କ ଓ ହେଲ୍‌ମେଟ୍ ପିନ୍ଧିଥିବାରୁ ଅପରାଧୀଙ୍କୁ ସାଧାରଣ ଲୋକ ଚିହ୍ନିବା ମୁସ୍କିଲ୍ ହୋଇପଡ଼ୁଛି। ଫଳରେ ଅପରାଧ ଘଟାଇ ଅପରାଧୀମାନେ ଅନାୟାସରେ ଖସି ଯାଉଛନ୍ତି। କଟକ ଏସ୍‌ପି ଉକ୍ତ ଥାନା ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିବା ସହ ପୁଲିସ୍ ସ୍କ୍ବାଡ୍ ଗଠନ କରି ଅପରାଧୀଙ୍କୁ ଦମନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe