ବାଇକ୍ ଡିକିରୁ ୪୦ ହଜାର ଲୁଟ୍, ଥାନାରେ ଅଭିଯୋଗ

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟରେ ଥିବା ବିଡିସିସି ବ୍ୟାଙ୍କ ନିକଟରୁ ଏକ ବାଇକ ଡିକିରୁ ୪୦ ହଜାର ଟଙ୍କା ଲୁଟ୍ ହୋଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ସୂଚନାନୁସାରେ, ପିପଲକଟା ଗ୍ରାମର ନନ୍ଦିନୀ ପଧାନ ସ୍ବାମୀ ମାଖନୁ ପଧାନଙ୍କ ସହ ଦିନ ୧୧ଟା ସମୟରେ ଉଲୁଣ୍ଡା ଏସବିଆଇ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ।

ସେଠାରୁ ୪୦ ହଜାର ଟଙ୍କା ଉଠାଇ ଉଲୁଣ୍ଡା ସଦର ବିଡିସିସି ବ୍ୟାଙ୍କକୁ ମଧ୍ୟ ଟଙ୍କା ଉଠାଇବାକୁ ଯାଇଥିଲେ। ତେବେ ଏସବିଆଇ ବ୍ୟାଙ୍କରୁ ଉଠାଇଥିବା ୪୦ ହଜାର ଟଙ୍କାକୁ ବାଇକ ଡିକିରେ ରଖିଦେଇ ବାଇକଟିକୁ ବିଡିସିସି ବ୍ୟାଙ୍କ ଆଗରେ ରଖି ବ୍ୟାଙ୍କ ଭିତରକୁ ଯାଇଥିଲେ। ସେଠାରୁ ଫେରିବାପରେ ବାଇକ ଡିକିଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଥିଲା। ଏହାପରେ ନନ୍ଦିନୀ ପଧାନ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe