ଇସ୍ପାତସହରର ୪ ହଜାର ଉଠାଦୋକାନିଙ୍କୁ ମିଳିବ ଆର୍ଥିକ ସହାୟତା

ପାଇବେ ୩ ହଜାର ଟଙ୍କାର ସହାୟତା ରାଶି

ଇସ୍ପାତସହରର ୪ ହଜାର ଉଠାଦୋକାନିଙ୍କୁ ମିଳିବ ଆର୍ଥିକ ସହାୟତା

ରାଉରକେଲା: ଲାଭବାନ ହେବେ ଇସ୍ପାତ ସହରର ଉଠା ଦୋକାନି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରତ୍ୟେକ ଉଠାଦୋକାନି ୩ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ। ଏହାବାଦ୍‌ କେନ୍ଦ୍ର ସରକାରଙ୍କ ସ୍ବନିଧି ଯୋଜନାରେ ସ୍ବଳ୍ପ ସୁଧ ହାରରେ ଋଣ ଦିଆଯିବ। ଏନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ସୁଦ୍ଧା ପ୍ରାୟ ୪ ହଜାରରୁ ଅଧିକ ଉଠାଦୋକାନି ପଞ୍ଜିକୃତ ହୋଇସାରିଛନ୍ତି।

ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ହାଉନ ଲାଗୁ ହେବାପରେ ଉଠାଦୋକାନିଙ୍କ ବେପାର ବୁଡ଼ି ଯାଇଛି। ଫଳରେ ଗୁମୁଟି କରି ଦୋକାନ କରିଥିବା, ରାସ୍ତାକଡ଼ ଫାଷ୍ଟ୍‌ଫୁଡ୍‌, କାନ୍ଧ ତଥା ସାଇକେଲରେ ବୋହି ବିଭିନ୍ନ ରାସ୍ତା କଡ଼, ଟ୍ରେନ୍‌ ବସଷ୍ଟାଣ୍ଡ୍‌, ଗଳିକନ୍ଦିରେ ବିକୁଥିବା ଆଦି ବିଭିନ୍ନ ବର୍ଗର ବୁଲା ବିକାଳିମାନେ ଯାବତୀୟ ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଠାଦୋକାନିଙ୍କୁ ଆର୍ଥିକ ସହାୟତା ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି କ୍ରମରେ ରାଉରକେଲା

publive-image

ସହରରେ ଥିବା ଉଠାଦୋକାନିଙ୍କୁ ଚିହ୍ନଟ ପ୍ରକ୍ରିୟା ଏବେ ଜୋର୍‌ ଧରିଛି। ପୂର୍ବରୁ ୨୦୧୭-୧୮ ମସିହାରେ ଉଠାଦୋକାନି ଚିହ୍ନଟ କରାଯାଇଥିଲା। ସେତେବେଳେ ସହରର ଉଠାଦୋକାନି ସଂଖ୍ୟା ୨,୬୭୩ ଥିଲା। ଏଥିମଧ୍ୟରୁ ବିଭିନ୍ନ କାରଣରୁ ୫୦୬ ଜଣ ବାଦ୍‌ ପଡ଼ିଥିଲେ। ତେବେ ଗତ ଲକ୍‌ଡାଉନ୍‌ ସମୟରେ ଅବଶିଷ୍ଟ ୨,୧୬୭ ଜଣଙ୍କୁ ତିନି ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା। ବର୍ତ୍ତମାନ ଦ୍ବିତୀୟ ଲକ୍‌ଡାଉନ୍‌ ସମୟରେ ପୁନର୍ବାର ଏହି ରାଶି ସହାୟତା ପ୍ରଦାନ କରାଯିବ। ତେବେ ଗତ ମାର୍ଚ୍ଚ ସୁଦ୍ଧା ପଞ୍ଜିକୃତ ହୋଇଥିବା ଉଠାଦୋକାନିଙ୍କୁ କେବଳ ଏହି ସହାୟତା ମିଳିବ। ଗତ ମାର୍ଚ୍ଚ ମାସ ସୁଦ୍ଧା ସହରର ୪ ହଜାରରୁ ଅଧିକ ଉଠାଦୋକାନି ପଞ୍ଜିକୃତ ହୋଇସାରିଥିରୁ ଏହି ପର୍ଯ୍ୟାୟରେ ତାଙ୍କୁ ସହାୟତା ଦିଆଯିବ। ତେବେ ଆଗାମୀ ଦିନରେ ସ୍ବନିଧି ଯୋଜନାରେ ଆର୍ଥିକ ସହାୟତା, ଋଣ ବ୍ୟବସ୍ଥା ପାଇଁ ମଧ୍ୟ ଉଠାଦୋକାନିଙ୍କ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି। ଏହା ଆସନ୍ତା ମାର୍ଚ୍ଚ ଯାଏଁ ଚାଲିବ। ଉଦିତନଗର ସ୍ଥିତ ସିଟି ଲିଭ୍‌ଲିହୁଡ୍‌ ସେଣ୍ଟର୍‌ରେ ଉଠାଦୋକାନିଙ୍କ ପଞ୍ଜିକରଣ ପାଇଁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe