ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୟୁଆଇଡି ପାଇଁ ମିଳିଲା ମୃତ ୪୪ ଜଣଙ୍କ ପରିଚୟ

Advertisment
ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୟୁଆଇଡି ପାଇଁ ମିଳିଲା ମୃତ ୪୪ ଜଣଙ୍କ ପରିଚୟ

କଟକ : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିଚୟ ଚିହ୍ନଟରେ ଆଧାର ପାଇଁ ବ୍ୟବହୃତ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ନମ୍ବର (ୟୁଆଇଡି) ବିଶେଷ ସହାୟକ ହୋଇଛି। ଏହାକୁ ବ୍ୟବହାର କରି ୪୪ଟି ମୃତଦେହକୁ ଚିହ୍ନଟ କରାଯାଇ ପାରିଛି ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମୃତବ୍ୟକ୍ତିଙ୍କ ଆଙ୍ଗୁଠି ଛାପକୁ ନେଇ ସେମାନଙ୍କୁ ଚିହ୍ନଟ କରାଯାଇ ପାରିଛି।

ଟ୍ରେନ୍‌ ଦୁର୍ଘଟଣାପରେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏଥିପାଇଁ ବିଭିନ୍ନ ବିକଳ୍ପ ବ୍ୟବହାର ସହିତ ୟୁଆଇଡି ମାଧ୍ୟମରେ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ୨ଶହ ମୃତ ବ୍ୟକ୍ତିଙ୍କ ଆଙ୍ଗୁଠି ଛାପ ନିଆଯାଇଥିଲା। ସେଥିରୁ ୪୪ ଜଣଙ୍କର ପରିଚୟ ପାଇ ଯିବାରେ ରେଳବିଭାଗ ସକ୍ଷମ ହୋଇଥିଲା। ୟୁଆଇଡି ମୃତବ୍ୟକ୍ତିର ଠିକ ପରିଚୟ ଚିହ୍ନଟରେ ଏବେ ଏକ ବଡ଼ ମାଧ୍ୟମ ହୋଇଛି। ଆଧାର କାର୍ଡ ପାଇଁ ବ୍ୟକ୍ତିଙ୍କ ଆଙ୍ଗୁଠି ଛାପ ନିଆଯାଇଥିବା ବେଳେ ଏହି ଆଙ୍ଗୁଠି ଛାପ ମ୍ୟାଚିଂରୁ ବ୍ୟକ୍ତିର ପରିଚୟ ଜଣା ପଡିଯାଉଛି ବୋଲି ରେଳବିଭାଗର ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe