୨ବିପ୍ଲବୀଙ୍କ ସ୍ମୃତିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୪୪ ୟୁନିଟ ରକ୍ତ ସଂଗ୍ରହ

Advertisment
୨ବିପ୍ଲବୀଙ୍କ ସ୍ମୃତିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୪୪ ୟୁନିଟ ରକ୍ତ ସଂଗ୍ରହ

ଜୟପୁର: ୨ବିପ୍ଲବୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଉଭୟଙ୍କ ସ୍ମୃତି ଚାରଣ କରି  ‘ସମ୍ବାଦ’-ଆ‌ମଓଡ଼ିଶା’ ପକ୍ଷରୁ ରୋୟଲ ଡିଗ୍ରୀ କଲେଜ ସହଯୋଗରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୪ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଅନ୍ତାସ୍ଥିତ ରୋୟଲ ଡିଗ୍ରୀ କଲେଜ ପରିସରରେ ଆୟୋଜିତ ଶିବିରରେ କଲେଜର ଅଧ୍ୟକ୍ଷ ହରିହର ଭଟ୍ଟ, ଅଧ୍ୟାପିକା ଇ.ସୁଚରିତା ପାତ୍ର, ସମୀକ୍ଷା ମିଶ୍ର, ପ୍ରତୀକ୍ଷା ମିଶ୍ର,  ଅଧ୍ୟାପକ ସୁଧିର ପାତ୍ର, ଆଶିଷ ପଣ୍ଡା, ସମ୍ବାଦର ବିଞାପନ ବିଭାଗର ପ୍ରବନ୍ଧକ ପ୍ରସନ୍ନ କୁମାର ମିଶ୍ର,  ପ୍ରମୁଖ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଆମ ଓଡ଼ିଶା ଓ ସମ୍ବାଦର ମାନପତ୍ର,ରେଡକ୍ରସର ମାନପତ୍ର, ପରିଚୟ ପ୍ରତ୍ର ରକ୍ତଦାତାଙ୍କୁ ଦିଆଯାଇଥିଲା। କଲେଜର ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ପ୍ରଥମ ଥର ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି।  ଜୟପୁର ରକ୍ତଭଣ୍ଡାର ପକ୍ଷରୁ ଅନ୍ତା  ଚିକିତ୍ସାଅଧିକାରୀ ଡା.ଜ୍ୟୋତିସ୍ମିତା ନାୟକ, ବରିଷ୍ଠ ଟେକ୍ନିସିଆନ୍ ଅଭୟ ଚରଣ ପଣ୍ଡା, ଗୁରୁ ପରଜା, ଷ୍ଟାଫନର୍ସ ଲତା ଦେଇ ରକ୍ତସଂଗ୍ରହ କରିଥିଲେ। ସମ୍ବାଦର ଜୟପୁର ନଗର ପ୍ରତିନିଧି ସୁରେଶ କୁମାର ନାଇଡ଼ୁ ଶିବିରକୁ ପରିଚାଳନା କରିଥିବା ବେଳେ  ଆମଓଡିଶାର ତ୍ରିଶୁଳ ସାନ୍ତ୍ରା , ସଂପାଦନା ବିଭାଗର ଅଶୋକ ପଲେଇ , କଲେଜର ଅଧ୍ୟାପିକା ଏ. ସୌଜନ୍ୟା, ଶ୍ବେତା ପ୍ରହରାଜ, ଶାନ୍ତି ପ୍ରିୟା ଖୋସ୍ଲା, ଅମୃତାଂଶୁ ଦାଶ, ଶିଶିର ମାଦଲା, ଛାତ୍ରୀ ମନିଶା ପାତ୍ର, ପ୍ରିୟଙ୍କା ଶତପଥୀ, ଶୁଭ ମିଶ୍ର, ନିଶିତା ଆଚାରୀ, ସ୍ମିତା ମହାକୁଡ଼, ରାଧା ଗୋବିନ୍ଦ ନାୟକ, ସଚ୍ଚିନ ରାଉତରାୟ ପ୍ରମୁଖ   ସହଯୋଗ କରିଥିଲେ।

publive-image

ରକ୍ତଦାତା ଜୀବନଦାତା: ବର୍ଷା ପ୍ରିୟଦର୍ଶନୀ, ଦେବାଶିନୀ ନାୟକ, ଅଜିତ ନାୟକ, ସୁଧିର କୁମାର ପଣ୍ଡା, ଅଭୟ ରଂଜନ ପଟନାୟକ, ସରିତା ଡାକୁଆ, ସୁଚିକାନ୍ତ ନାୟକ, ପ୍ରିୟାଂଶୁ ପାତ୍ର, ଅଶ୍ବିନୀ କୁମାରପାଢ଼ୀ, କଳ୍ପନା ମହାନ୍ତି, ସିମରନ ରଥ, ଇତିଶ୍ରୀ ବେହେରା, ବିଶ୍ବଜିତ ପାତ୍ର, ହରିହର ଭଟ୍ଟ, ଆଶିଷ ପଣ୍ଡା, ହରପ୍ରିୟା କର, ତାହିରା ବାନୁ, ରୁନି ହରିଜନ, ରୁଦ୍ର ପ୍ରସାଦ ପାଳ, ବିଶ୍ବଜିତ ମିଶ୍ର, ସୁଜିତ କୁମାର ଚୈଧୁରୀ, ଅଲୋକ ମହାନ୍ତି, ସୁନିଲ ମିଶ୍ର, ଏମ୍ ସମିର କୁମାର , ବୈଷୟନ ପଣ୍ଡା, ଟଙ୍କଧର ପରିଡ଼ା, ରାହୁଲ ଚୌଧୁରୀ, ସୁଚିସ୍ମିତା ବରିହା, ଇ.ସୁଚରିତା ପାତ୍ର, ହିମାଂଶୁ ଶେଖର ହାଲୱା, ହୃଷିକେଶ ପଟ୍ଟଡ଼ାୟକ, ଆକାଶ କୁମାର ପାଢ଼ୀ, ଜଗଦୀଶ ନାୟକ, ଗୌରବ ତ୍ରିପାଠୀ, ରାଜରାଜବୀର ଦାଶ, ସମୀକ୍ଷା ମିଶ୍ର, ସନମତି ଜାନୀ, ଶ୍ରୀୟାରାଣୀ ଦାଶ, ସୁରେନ୍ଦ୍ର ହରିଜନ, ଦୈତାରୀ ମାଳି, କେ.ମାଧବୀ, କବିତ ଜାନୀ, ପ୍ରତୀକ୍ଷା ମିଶ୍ର, ପ୍ରସନ୍ନ କୁମାର ମିଶ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe