କନ୍ଧମାଳ ଜିଲ୍ଲାରେ ଏଯାଏଁ ୫ କରୋନା ପଜିଟିଭ ଚିହ୍ନଟ, ୪୪୪ ନମୁନା ରିପୋର୍ଟକୁ ଅପେକ୍ଷା

Advertisment

ବାହାର ରାଜ୍ୟରୁ ଫେରିବାକୁ ପଞ୍ଜୀକରଣ କରିଛନ୍ତି ପ୍ରାୟ ୩୦ ହଜାର ପ୍ରବାସୀ

ବାହାର ରାଜ୍ୟରୁ ଫେରିବାକୁ ପଞ୍ଜୀକରଣ କରିଛନ୍ତି ପ୍ରାୟ ୩୦ ହଜାର ପ୍ରବାସୀ

ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ୍

Photo: VCU News

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ସମୁଦାୟ ପଠାଯାଇଥିବା ୧ହଜାର ୩୯୮  ଜଣଙ୍କ ସ୍ବାବ ନମୁନାରୁ ୯୪୪ ଜଣଙ୍କ ରିପୋର୍ଟ ଆସିଛି। ସେଥି ମଧ୍ୟରୁ ୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଥିବା ବେଳେ ଆଉ ୫ ଜଣଙ୍କ ରିପୋର୍ଟ ଇନଭାଲିଡିଟ ଆସିଛି। ବାକି ୪୪୪ ଜଣଙ୍କ ରିପୋର୍ଟ ଆସିପାରି ନାହିଁ। କନ୍ଧମାଳ ଫେରିବାକୁ ୩୦ ହଜାର ପାଖାପାଖି ବାହାର ଫେରନ୍ତା ନାମ ପଞ୍ଜୀକରଣ କରି ସାରିଲେଣି।

କନ୍ଧମାଳରେ କରୋନା ଆକ୍ରାନ୍ତ ସଂଖ୍ୟା ୫ ଛୁଇଁଲା। ଆଜି ଘୋଷଣା ଅନୁଯାୟୀ ଚିହ୍ନଟ ୨ କରୋନା ଆକ୍ରାନ୍ତ ତେଲେଙ୍ଗାନା ଫେରନ୍ତା। ଗତ ୧୪ ତାରିଖରେ ୨୧୫ ଜଣ ତେଲେଙ୍ଗାନା ପ୍ରବାସ କନ୍ଧମାଳକୁ ଆସିଥିଲେ। ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେଥି ମଧ୍ୟରୁ ୧୯ ଜଣ ଟିକାବାଲି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଏହି ୧୯ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ଗତକାଲି ସମସ୍ତଙ୍କ ରିପୋର୍ଟ ଆସିଥିଲା। ୧୭ ଜଣଙ୍କ ରିପୋର୍ଟ ନିଗେଟିଭ୍ ଥିବା ବେଳେ ୨ ଜଣଙ୍କର ପଜିଟିଭ୍ ଆସିଥିଲା। ଏହି ୨ ଜଣଙ୍କୁ ଗତକାଲି ରାତିରେ ଆମ୍ବୁଲାନସରେ ଭୁବନେଶ୍ବର କିମସ କୋଭିଡ ହସପିଟାଲକୁ ପଠାଯାଇଥିବା ବେଳେ ଆଜି ଏ ନେଇ ସରକାରୀ ଭାବେ ଘୋଷଣା କରାଯାଇଛି।

ଗତ ୧୭ ତାରିଖରେ ଫିରିଙ୍ଗିଆ ବ୍ଳକ ରତଙ୍ଗ ସଙ୍ଗରୋଧକେନ୍ଦ୍ରରେ ରହୁଥିବା ଚେନାଇ ଫେରନ୍ତା ୩୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଗତ ୨୦ ତାରିଖରେ ଚକାପାଦ ବ୍ଳକ ବସ୍ତିଙ୍ଗିଆ ସଙ୍ଗରୋଧରେ ରହୁଥିବା କେରଳ ଫେରନ୍ତାଙ୍କ ମଧ୍ୟରୁ ଜଣଙ୍କର ପଜିଟିଭ ବାହାରିଥିଲା। ଆଜି ୨ ପଜିଟିଭକୁ ମିଶାଇ କନ୍ଧମାଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ପ୍ରତି ଦିନ କିଛି କିଛି ପ୍ରବାସୀ ବସ ହେଉ କି ଟ୍ରେନ। କନ୍ଧମାଳ ଫେରୁଛନ୍ତି। ଆଜି ସୁଦ୍ଧା ବିଭିନ୍ନ ରାଜ୍ୟରୁ ୨ହଜାର ୨୫୩ ପ୍ରବାସୀ ଜିଲ୍ଲାକୁ ଆସିଛନ୍ତି। ସେମାନଙ୍କୁ ବିଭିନ୍ନ ସଙ୍ଗରୋଧକେନ୍ଦ୍ରରେ ରଖାଯାଇଥିବା ବେଳେ ରି‌ପୋର୍ଟ ନିଗେଟିଭ୍ ବାହାରିବା ଓ ଅବଧି ଶେଷ ହେବା ପରେ ୨୧୪ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ପାଇଁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି।

କରୋନା ପଜିଟିଭ ସଂଖ୍ୟା ବଢି ଚାଲିଥିବା ବେଳେ ଏହାକୁ ନେଇ ଜିଲ୍ଲାବାସୀ ସାମାନ୍ୟ ଆଶା ଆଶଙ୍କାରେ ରହୁଛନ୍ତି। ପଜିଟିଭ୍ ବାହାରୁ ଥିବା ଆକ୍ରାନ୍ତ ସବୁ କାହାର ଫେରନ୍ତା। ସେମାନଙ୍କ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖଯାଇଛି। ସେମାନେ କାହା ସହ ମିଳାମିଶା କରିବା ସୁଯୋଗ ନାହିଁ କି ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ନାହିଁ। ତେଣୁ ଏହାକୁ ନେଇ  ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe